www.samajalive.in
Monday, December 8, 2025
20.1 C
Bhubaneswar

ଭାରତ ପାଇଁ ଭୟଙ୍କର ବିପତ୍ତି ଆଣିବ କରୋନା: ଔଷଧ ନ ବାହାରିଲେ ୨୦୨୧ରେ ଦିନକୁ ୨.୮୭ ଲକ୍ଷ ସଂକ୍ରମଣ

କରୋନା ଭାରତ ପାଇଁ ଭୟଙ୍କର ବିପତ୍ତି ଆଣିପାରେ । କରୋନା ନିରାକରଣ ନିମନ୍ତେ ଔଷଧ ନ ବାହାରିଲେ ୨୦୨୧ ଭାରତର ସ୍ଥିତି ଅତି ସଙ୍କଟାପନ୍ନ ହୋଇ ପଡ଼ିବ । ଦେଶରେ ଦୈନିକ ୨.୮୭ ଲକ୍ଷ ଲୋକ ନୂତନ ଭାବରେ ସଂକ୍ରମିତ ହେବେ । ଏପରି ଭବିଷ୍ୟବାଣୀ କରିଛନ୍ତି ଆମେରିକାର ମାସାଚ୍ୟୁଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ଗବେଷକ ।

ବିଶ୍ବର ୮୪ ଦେଶରେ କରୋନା ସଂକ୍ରମଣ ଉପରେ ଗବେଷଣା କରୁଥିବା ଏହି ଗବେଷକମାନେ ବିଶ୍ବର ଶୀର୍ଷ ସଂକ୍ରମିତ ଦେଶ ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି । ସଂକ୍ରମଣ ସଂଖ୍ୟା, ତୀବ୍ରତା, ଜନସଂଖ୍ୟା, ଔଷଧ ଆଦି ସମଗ୍ର ବିଷୟକୁ ନେଇ ସେମାନେ ଏକ ମଡ଼େଲ ପ୍ରସ୍ତୁତ କରିଛନ୍ତି ।

- Advertisement -

ଯଦି ଔଷଧ ପ୍ରସ୍ତୁତ ନ ହୁଏ ବା କରୋନା ରୋକିବା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନିଆ ନ ଯାଏ ତେବେ ଭାରତ ୨୦୨୧ରେ ଗୁରୁତର ସ୍ଥିତିର ସମ୍ମୁଖୀନ ହେବ । ଦେଶରେ ଦୈନିକ ୨.୮୭ ଲକ୍ଷ ଲୋକ ସଂକ୍ରମଣର ଶିକାର ହେବେ । ଭାରତ ପରେ ଆମେରିକାରେ ଦୈନିକ ୯୫୪୦୦, ଦକ୍ଷିଣ ଆଫ୍ରିକାରେ ୨୦୬୦୦, ଇରାନରେ ୧୭୦୦୦, ଇଣ୍ଡୋନେସିଆରେ ୧୩୨୦୦, ବ୍ରିଟେନରେ ୪୨୦୦, ନାଇଜେରିଆରେ ୪୦୦୦, ତୁର୍କୀରେ ୪୦୦୦, ଫ୍ରାନ୍ସରେ ୩୩୦୦ ଓ ଜର୍ମାନୀରେ ଦୈନିକ ୩୦୦୦ ନୂଆ ସଂକ୍ରମଣ ହେବ ବୋଲି କୁହାଯାଇଛି ।

ଗବେଷକଙ୍କ ରିପୋର୍ଟ ଅନୁସାରେ ଏହି ବିପଦକୁ କମ୍ କରିବା ପାଇଁ ହେଲେ କରୋନା ଯାଞ୍ଚକୁ ଅଧିକରୁ ଅଧିକ କରିବାକୁ ପଡ଼ିବ । ଏହାଦ୍ବାରା ସଂକ୍ରମିତଙ୍କୁ ଅନ୍ୟମାନଙ୍କଠାରୁ ଦୂର କରିବାର ଆବଶ୍ୟକତା ରହିଛି । ଏହା ନ ହେଲେ ମହାମାରୀ କରାଳ ରୂପ ଧାରଣ କରିପାରେ ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories