www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରପ୍ରଦେଶ ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ଗୁହା ରାମ କରୋନାରେ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ସମାଜବାଦୀ ଦଳର ନେତା ଗୁହା ରାମ ଗୁରୁବାର କରୋନାରେ ମୃତ୍ୟୁବରଣ କରୁଥିଲେ । ସେ ଗତ କିଛିଦିନ ହେଲା ସ୍ଥାନୀୟ କିଙ୍ଗ ଜର୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରିବାର ଗୁହାରାମଙ୍କ ମୃତ୍ୟୁ ଖବରକୁ ସ୍ବୀକାର କରିଛନ୍ତି ।

ପୁଅ ସନ୍ତୋଷ କୁମାରଙ୍କ ସୂଚନା ଅନୁସାରେ ଗୁହା ରାମ କାଶ ଓ ଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ଏହାପରେ ତାଙ୍କୁ ମଙ୍ଗଳବାର ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ବୁଧବାର ତାଙ୍କର କରୋନା ପରୀକ୍ଷା ହୋଇଥିଲା ଓ ସନ୍ଧ୍ୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଆଜି ସକାଳେ ସେ ପରଲୋକ ଗମନ କରିଛନ୍ତି । ବିଏସପି ନେତା କାଂଶୀରାମଙ୍କୁ ଆଦର୍ଶ ମାନୁଥିବା ଗୁହାରାମ ୧୯୯୩, ୨୦୦୨, ୨୦୦୭ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ମାୟାବତୀଙ୍କ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ । ମାତ୍ର କିଛିଦିନ ତଳେ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories