www.samajalive.in
Monday, December 8, 2025
20.1 C
Bhubaneswar

୬୬୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବଇ: ସମ୍ପ୍ରତି ସାରା ବିଶ୍ବରେ କରୋନାର ବ୍ୟାପକତା ଯୋଗୁ ପୁଞ୍ଜି ବଜାର ପ୍ରଭାବିତ ହେବାରେ ଲାଗିଛି। କୋଭିଡ୍‌-୧୯ ମାମଲା ବଢ଼ିବ ଏବଂ ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ପୁଞ୍ଜି ବଜାରରେ ଅନିଶ୍ଚିତତା ବଢିବା​‌ରେ ଲାଗିଛି। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୬୬୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଛି।

ମଙ୍ଗଳବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୬୬୧ ପଏଣ୍ଟ ଅର୍ଥାତ୍‌ ୧.୮୦% ହ୍ରାସ ଘଟି ୩୬,୦୩୩ ପଏଣ୍ଟରେ କାରବାର ​ଶେଷ ହୋଇଛି। ଚାଇନା ଓ ଆମେରିକା ​‌ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଥିବାବେଳେ​ ସଦ୍ୟ ଘଟଣା ନିବେଶକଙ୍କୁ ବିଚଳିତ କରିଛି। ଏହାଫଳରେ ଘରୋଇ ଷ୍ଟକ ବଜାର ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଭଳି ଉତ୍ତେଜନା ଯୋଗୁ ଏସୀୟ କ୍ଷେତ୍ରରେ ଆଜି ବଜାର କାରବାର ନିମ୍ନମୁଖୀ ରହିଥିଲା।

- Advertisement -

ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୯୫ ପଏଣ୍ଟ ବା ୧.୮୧% ହ୍ରାସ ଘଟି ୧୦,୬୦୭ ପଏଣ୍ଟରେ କାରବାର ଶେଷ ହୋଇଛି। ମଙ୍ଗଳବାର କାରବାରରେ ବ୍ୟାଙ୍କ ଏବଂ ଆର୍ଥିକ ଆଦି କ୍ଷେତ୍ରର ଷ୍ଟକ ମୂଲ୍ୟରେ ଅଧିକ ହ୍ରାସ ଘଟିଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories