www.samajalive.in
Monday, December 8, 2025
20.1 C
Bhubaneswar

ବୁର୍ଲା ସହରରୁ ବିପୁଳ ପରିମାଣର କଫ୍‍ ସିରପ୍ ଓ ନିଶାବଟିକା ଜବତ

ବୁର୍ଲା : ସମ୍ବଲପୁର ଜିଲ୍ଲାପାଳଙ୍କ ହ୍ୱାଟସଆପକୁ ମେସେଜ ଆସିବା ପରେ ବୁର୍ଲା ସହର ମଧ୍ୟରେ ଏକ ଅତର୍କିତ ଚଢ଼ଉ ଅଭିଯାନ ପାଇଁ ଭିତ୍ତିଭୁମି ପ୍ରସ୍ତୁତ ହୋଇଥିଲା। ଜିଲ୍ଲାପାଳ ଏହି ମେସେଜ ପାଇବା ପରେ ନିଜ ସ୍ତରରେ ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଥିଲେ। ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକସେନା ଗଠନ କରିଥିଲେ। ଏହି ଦଳରେ ଦୁଇଜଣ ମାଜିଷ୍ଟ୍ରେଟଙ୍କୁ ରଖାଯିବା ସହିତ ଜଣେ ଡ଼୍ରଗ୍ସ ଅଧିକାରୀ ଏବଂ ବୁର୍ଲା ପୁଲିସକୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଥିଲା। ରୋଚକ କଥା ହେଲା ଯେ ଏହି ଚଢ଼ଉ ବିଷୟରେ କାହାକୁ କିଛି ଜଣା ନ ଥିଲା। ଚଢ଼ଉ ଅଭିଯାନର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଠାରୁ ଚଢ଼ଉ ହେବା ସମ୍ପର୍କରେ କାହାକୁ କିଛି ଜଣା ନ ଥିଲା କେବଳ ଜିଲ୍ଲାପାଳ ତଥା ଜନୈକ ଅଧିକାରୀ ଏହା ବିଷୟରେ ଜାଣିଥିଲେ। ଆଜିକାର ୧୪୪ ଧାରା ମଧ୍ୟରେ ଦଳର ସମସ୍ତଙ୍କୁ ଫୋନଫାନ କରି ଏକଜୁଟ କରାଯାଇଥିଲା। ଏହାପରେ ଦଳ ବୁର୍ଲାକୁ ଆସିବା ପରେ ବୁର୍ଲା ପୁଲିସକୁ ମଧ୍ୟ ସାଙ୍ଗରେ ନିଆ ଯାଇଥିଲା। ଦଳକୁ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରେରିତ ଜଣେ ଅଧିକାରୀ ସିଧାସଳଖ ବୁର୍ଲା ଭକ୍ତିମଣ୍ଡପ ନିକଟସ୍ଥ ଗୁରୁଦ୍ୱରାକୁ ନେବା ପରେ ଗୁରୁଦ୍ୱରା କଲୋନି ନିକଟରେ ରହିଥିବା କିଶୋର ଧିମାନଙ୍କ ଘରେ ଅତର୍କିତ ଭାବରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଶ୍ରୀ ଧିମାନ ଘରେ ରହି ନ ଥିବା ବେଳେ ତାଙ୍କ ପରିବାର ଘରେ ରହିଥିଲେ। ଚାଢ଼ଉ ସମୟରେ ଶ୍ରୀ ଧିମାନଙ୍କ ଘରୁ ପ୍ରାୟ ୨୩୮ଟି କୋରେଷ୍କ କଫ ସିରଫ ଏବଂ ଏହା ସହିତ ୧୧୫୦ ନାଇଟ୍ରାଜେନ ନିଶା ବଟିକା ଜବତ କରାଯାଇଥିଲା।

- Advertisement -

ସେପଟେ ଏହି ଅବୈଧ ନିଶା ଦ୍ରବ୍ୟ ଠାକୁର ଘର ମଧ୍ୟରେ ଠାକୁରଙ୍କୁ ବସାଯାଇଥିବା ପୀଠର ତଳେ ଟାଇଲ ମଧ୍ୟରେ ଲୁଚାଯାଇ ରଖାଯାଇଥିଲା। ଏହି ସମସ୍ତ କଫ୍‍ ସିରଫ୍‍ ଏବଂ ନିଶାବଟିକାକୁ ଜବତ କରାଯାଇ ସମ୍ବଲପୁର ନେଇ ନିଆଯାଇଥିବା ଜଣାପଡ଼ିଛି। ତେବେ ଏଭଳି ଭାବରେ ନିଶାର ବିଶାଳ ସାମ୍ରାଜ୍ୟ ବିଷୟରେ ବୁର୍ଲା ପୁଲିସକୁ ଖବର ନ ଯିବା ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ସାଜିଛି। ସେପଟେ ଏହି ନିଶା ସାମ୍ରାଜ୍ୟର ଆହୁରି କିଛି ଲିଙ୍କ ବାହାରିବା ନେଇ ଆଶାପ୍ରକାଶ ପାଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories