www.samajalive.in
Sunday, December 7, 2025
15.1 C
Bhubaneswar

ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ :କୋଭିଡ୍‌-୧୯ପରିପ୍ରେକ୍ଷୀରେ ସମ୍ପ୍ରତି ଦେଶରେ ବଢ଼ିବାରେ ଲାଗିଛନ୍ତି କରୋନା ପଜିଟିଭ୍ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜାରି କରିଛି ନୂଆ ନିୟମ । ଏହି ଅନୁଯାୟୀ, ଯାତ୍ରାର ଠିକ୍‌ ପୂର୍ବ ତିନି ସପ୍ତାହ ମଧ୍ୟରେ ଯାତ୍ରୀ ଜଣକ କରୋନା ପଜିଟିଭ୍‌ ନ ଥିବା ନେଇ ଏକ ସ୍ବ-ଘୋଷଣାନାମା କରିବାକୁ ହେବ। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ବିମାନ କମ୍ପାନୀଗୁଡିକୁ ନିର୍ଦେଶ ଦିଆଯାଇଛି । ଗତ ମେ’ ୨୧ରେ ମନ୍ତ୍ରାଳୟ ଏଭଳି ଏକ ନିୟମ ଜାରି କରିଥିଲା । ଯେଉଁଥିରେ ବିମାନ ଯାତ୍ରୀ ଯାତ୍ରା ପୂର୍ବ ଦୁଇ ମାସରେ କରୋନା ପଜିଟିଭ୍‌ ନ ଥିବା ନିଜ ଆଡୁ ଘୋଷଣାନାମା କରିବେ ​‌ବୋଲି ମନ୍ତ୍ରାଳୟ ନିୟମ କରିଥିଲା । ତେବେ ଏହି ଘୋଷଣା ସମସ୍ତ ବିମାନ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା । ନୂଆ ନିୟମରେ ଯଦି ଜଣେ ବ୍ୟକ୍ତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥାନ୍ତି ଏବଂ ସେ ତିନି ସପ୍ତାହର ସେହି ମାନଦଣ୍ତ ପୂରଣ କରୁଥାନ୍ତି ତେବେ ଯାତ୍ରା ଅନୁମତି ଦିଆଯିବ । ତେବେ ତାଙ୍କୁ ​‌କୋଭିଡରୁ ଆରୋଗ୍ୟ ଲାଭ କରିଥିବା କିମ୍ବା ଡାକ୍ତରଖାନାରୁ ଚିକିତ୍ସାରୁ ମୁକ୍ତି ଲାଭ କରିଥିବା ସମ୍ପର୍କିତ ସାର୍ଟିଫିକେଟ୍‌ ଦେବାକୁ ହେବ । ସୂଚନାଯୋଗ୍ୟ ଦୀର୍ଘ ଦୁଇ ମାସ ପରେ ଭାରତ ମେ’ ୧୫ରେ ଘରୋଇ ଯାତ୍ରୀବାହୀ ବିମାଣ ଉଡାଣ ଆରମ୍ଭ କରିଥିଲା । ଏବେ ବି ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ବାତିଲ କରାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories