www.samajalive.in
Monday, December 8, 2025
17.1 C
Bhubaneswar

ବ୍ରହ୍ମପୁରରେ ଭ୍ରାମ୍ୟମାଣ ଭ୍ୟାନରେ କରୋନା ପରୀକ୍ଷା ଆରମ୍ଭ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଭ୍ରାମ୍ୟମାଣ ଭ୍ୟାନରେ କରୋନା ପରୀକ୍ଷଣ ଶୁକ୍ରବାର ଆରମ୍ଭ ହୋଇଛି । କରୋନାର ଦ୍ରୁତ ଗତିକୁ ନଜରରେ ରଖି ବ୍ରହ୍ମପୁର ସମେତ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ବର୍ତ୍ତମାନ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଚାଲୁରହିଛି । ଏଥିପାଇଁ ଜିଲ୍ଲାକୁ ୧୩ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ବ୍ରହ୍ମପୁରରେ ୪ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୧୦୦ ଟି ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି । ତେବେ ଏହି ଯାଞ୍ଚ ବେଳେ ଯେଉଁଠି କରୋନା ଲକ୍ଷଣ ଥିବା ବ୍ୟକ୍ତି ବାହାରିବେ ସେଠାରେ ଭ୍ୟାନ ପହଂଚି ସ୍ୱାବ ସଂଗ୍ରହ କରିବ । ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଆଜି ଏହି ଭ୍ୟାନକୁ ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ଉଦଘାଟନ କରିଥିଲେ । ସେହିସମୟରେ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ସିଡ଼ିଏମଓ ଡା .ଉମାସଙ୍କର ମିଶ୍ର ଉପସ୍ଥିତ ଥିଲେ । ଏହା ଦ୍ୱାରା କରୋନା ରୋଗୀଙ୍କୁ ସ୍ୱାବ ଦେବାକୁ ହସ୍ପିଟାଲକୁ ଆସିବାକୁ ପଡିବ ନାହିଁ ଏବଂ ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories