www.samajalive.in
Tuesday, December 9, 2025
17.1 C
Bhubaneswar

ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଣ୍ଠି ପ୍ରସଙ୍ଗ : ଅନୁଧ୍ୟାନ କରିବ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି

ନୂଆଦିଲ୍ଲୀ : ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନରୁ ଅର୍ଥ ମିଳୁଥିବା ନେଇ ଅଭିଯୋଗ ହେଉଥିଲା। ଅନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ  ଉଠୁଥିବା ବେଳେ ସରକାର ଏହାର ପାଣ୍ଠି ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏକ କମିଟି ଗଠନ କରାଯାଇଛି, ଯାହାର ମୁଖ୍ୟ କାର୍ଯ୍ୟ ହେଉଛି ଏହି ଅନୁଷ୍ଠାନର ପାଣ୍ଠି ଏବଂ ଏହା ଦ୍ୱାରା କରାଯାଇଥିବା ବିଭିନ୍ନ ନିୟମ ଉଲ୍ଲଂଘନଗୁଡ଼ିକର ଅନୁସନ୍ଧାନ କରିବା। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏହି କମିଟିର ନେତୃତ୍ୱ ନେବ। ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ଦ୍ୱାରା କରାଯାଇଥିବା ନିୟମ ମଧ୍ୟ ଉଲ୍ଲଂଘନ ମାମଲାର ତଦନ୍ତ କରିବ।

- Advertisement -

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ କରି କହିଛନ୍ତି ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଯାଞ୍ଚ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଆନ୍ତ  ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ପିଏମଏଲଏ, ଆୟକର ଅଧିନିୟମ,ଏଫସିଆରଏ ଇତ୍ୟାଦିର ବିଭିନ୍ନ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ବିଷୟରେ ଅନୁସନ୍ଧାନ କରିବ। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର  ସ୍ୱତନ୍ତ୍ର ନିର୍ଦ୍ଦେଶକ କମିଟିର ଦାୟିତ୍ୱ ତୁଲାଇବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories