www.samajalive.in
Monday, December 8, 2025
27.1 C
Bhubaneswar

ଗାଁ ବିକାଶରେ ବାଧକ ସାଜିଛି ରାସ୍ତା

କଳାହାଣ୍ଡି: କଚ୍ଚା ରାସ୍ତା। ଖାଲଖମାରେ ଭର୍ତ୍ତି, ମଝିରେ ମଝିରେ ପଥୁରିଆ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଲୋକେ। ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲାର ତେତେଲପଙ୍ଗା ଗାଁର। ଜିଲ୍ଲାର ଲାଞ୍ଜିଗଡ ବ୍ଲକରେ ଏହାର ଅବସ୍ଥିତି। ସେ ଶିକ୍ଷା, ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ଆବଶ୍ୟକିୟ ସାମଗ୍ରୀ, ପିଡିଏସ ସାମଗ୍ରୀ ହେଉ ସବୁବେଳେ ଏ ଅଞ୍ଚଳବାସୀ ନିର୍ଭରଶୀଳ ପଞ୍ଚାୟତ କାର୍ଯ୍ୟାଳୟ ଉପରେ। ଏବେ ଏହି ଗାଁ ପାଇଁ ରହିଛି ରାସ୍ତା ଓ ପୋଲ ସମସ୍ୟା।

ଭଲ ରାସ୍ତାଟିଏ ନଥିବାରୁ ଅନେକ ହଇରାଣ ହୁଅନ୍ତି ଅଞ୍ଚଳବାସୀ। ଗାଁ ଠାରୁ ପଞ୍ଚାୟତ କାର୍ୟାଳୟର ଦୂରତା ପ୍ରାୟ ୫ କିଲୋମିଟର। । ହେଲେ ଗାଁକୁ ଯିବାକୁ ଏହି କଚ୍ଚା ରାସ୍ତା ଦେଇ ରେତ ନାଳ ପାରି ହେବାକୁ ପଡେ। ଆଉ ବର୍ଷା ଦିନେ ଜଳବନ୍ଦୀ ଜୀବନ। ସରକାର ଅପହଞ୍ଚଳ ଇଲାକାରେ ରାସ୍ତା ନିର୍ମାଣ ସହ ଆବଶ୍ୟକସ୍ଥଳେ ବିଜୁ ସେତୁ ମାନ ନିର୍ମାଣ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସବୁ ନେଉଛନ୍ତି। ହେଲେ ଶାସନ କାଳର ଦୂରଦୃଷ୍ଟି ଅଭାବରୁ ବିକାଶର ସ୍ରୋତରେ ସାମିଲ ହେବାରୁ ବଞ୍ଚିତ ରହିଯାଇଛି ଏଇ ଆଦିବାସି ଅଧୁଷିତ ତେତେଲପଙ୍ଗା ଗାଁ। ଏବେ ବି ଲୋକଙ୍କ ମନରେ ଆଶା ନିଶ୍ଚୟ ଶୁଣିବେ ମୋ ସରକାର।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories