www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀରେ ୧ ଲକ୍ଷ ଡେଇଁଲା କରୋନା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ୧ ଲକ୍ଷ ଡେଇଁଛି। ଏଠାରେ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୮୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୩୧୧୫ ରୋଗୀ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫ ହଜାର ୬୨୦ ସକ୍ରିୟ ରୋଗୀ ଥିବାବେଳେ ୭୨ ହଜାର ୮୮ ଜଣ ସୁସ୍ଥ ହୋଇଥିବା କୋଭିଡ-୧୯ ମିଟରରୁ ସୂଚନା ମିଳିଛି।

ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୫୭ ହଜାର ୪୦୦ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଦିଲ୍ଲୀବାସୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଦିଲ୍ଲୀ ସରକାର ଗୁରୁତର ରୋଗୀମାନଙ୍କ ପାଇଁ ପ୍ଲାଜ୍‌ମା ଚିକିତ୍ସାର ବ୍ୟବସ୍ଥା କରିଛନ୍ତି। ସୁସ୍ଥ ହେଉଥିବା ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁରୋଧ କରିଛନ୍ତି। ଏପରି କି ଦିଲ୍ଲୀରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ମଧ୍ୟ କରାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories