www.samajalive.in
Monday, December 8, 2025
27.1 C
Bhubaneswar

ଅଗଷ୍ଟ ୧୫ ସୁଦ୍ଧା ‘କୋଭାକ୍ସିନ’ ଲଞ୍ଚ୍‌ କରିବାକୁ ଆଇସିଏମଆରର ଯୋଜନା

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଭାରତ ବାୟୋଟେକ୍‌ ଇଣ୍ଡିଆ ଲିମିଟେଡ ସହିତ ମିଶି  ଭାରତୀୟ ମେଡିକାଲ ଗବେଷଣା ପରିଷଦ(ଆଇସିଏମଆର) ଏହାକୁ ପ୍ରସ୍ତୁତ କରିଛି। ଏହାର ନାମ ରହିଛି ‘କୋଭାକ୍ସିନ’। ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହାକୁ ବଜାରକୁ ଆଣିବାକୁ ଆଇସିଏମଆର ଯୋଜନା କରିଛି। ଆଇସିଏମଆର ଡିଜି ବଳରାମ ଭାର୍ଗବ ଏ ନେଇ ଭାରତ ବାୟୋଟେକ୍‌କୁ ଚିଠି ଲେଖି ଦ୍ରୁତ ଗତିରେ ‘କୋଭାକ୍ସିନ’ର କ୍ଲିନିକାଲ ପରୀକ୍ଷଣ ଶେଷ କରିବାକୁ କହିଛନ୍ତି।

ନିକଟରେ ଭାରତ ବାୟୋଟେକକୁ କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ କରିବାକୁ ଅନୁମତି ମିଳିଥିଲା। ଭାର୍ଗବ ଚିଠିରେ ଲେଖିଥିଲେ ଯେ, ଭାରତ ଦ୍ବାରା କରୋନା ଟିକା ପ୍ରସ୍ତୁତ କରାଯିବାରେ ଏହା ପ୍ରଥମ ବଡ଼ ପ୍ରୟାସ। ସରକାର ବି ଏହା ଉପରେ ନଜର ରଖିଛନ୍ତି। ଏହାକୁ ପ୍ରାଥମିକତା ଆଧାରରେ ଆଗକୁ ନେବାକୁ ପଡ଼ିବ। ଆଇସିଏମଆର ଏବଂନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ସାର୍ସ କୋଭିଡ-୨ ଷ୍ଟ୍ରେନ୍‌ରୁ ଭାକ୍ସିନକୁ ଅଲଗା କରି ପ୍ରସ୍ତୁତ କରିଛନ୍ତି। କ୍ଲିନିକାଲ ଟ୍ରାଏଲ ପାଇଁ ୧୨ଟି ଅନୁଷ୍ଠାନକୁ ଚିଠି କରାଯାଇଛି। ଆଇସିଏମଆର କହିଛି ଯେ, ସମସ୍ତ କ୍ଲିନିକାଲ ଟ୍ରାଏଲ ଶେଷ ହେବା ପରେ ଅଗଷ୍ଟ ୧୫ ସୁଦ୍ଧା ସାର୍ବଜନିକ ସ୍ବାସ୍ଥ୍ୟ ଉପଯୋଗ ପାଇଁ ଟିକାର ଶୁଭାରମ୍ଭ କରିବାର ଯୋଜନା କରାଯାଇଛି। ଆଇସିଏମଆରର ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଭାରତ ବାୟୋଟେକ୍‌ ଜୋରଦାର ଉଦ୍ୟମ ଚଳାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories