www.samajalive.in
Monday, December 8, 2025
27.1 C
Bhubaneswar

ଏମ୍‌ଏସ୍‌ଏମ୍‌ଇ ଚଳଚଞ୍ଚଳ ହେଲେ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଚଳଚଞ୍ଚଳ କରିବା ପାଇଁ ପଦକ୍ଷେପ ଗ୍ରହଣ ନିମନ୍ତେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ଯେ ରାଜ୍ୟରେ ସମ୍ପ୍ରତି ଦେଖାଦେଇଥିବା କୋଭିଡ୍‌ ପରିେପ୍ରକ୍ଷୀରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡ଼ିଆ କୁଶଳୀ ଓ ଅଣକୁଶଳୀ ଶ୍ରମଜୀବୀମାନଙ୍କୁ ଥଇଥାନ କରି ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏମ୍‌ଏସ୍‌ଏମ୍‌ଇକୁ ଚଳଚ ଞ୍ଚଳ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେ ଇଥିବା ନିର୍ଦେଶ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ। ଏ ଦିଗରେବ୍ୟାଙ୍କଗୁଡ଼ିକ ଆଗଭର ହେବା ସହ ଋଣ ପ୍ରଦାନକୁ ପ୍ରାଧ୍ୟାନ୍ୟ ଦେବାକୁ ସେ ଅନୁରୋଧ କରିଥିଲେ। ଏ କ୍ଷେତ୍ରକୁ େଯତେ ଚଳଚଞ୍ଚଳ କରାଯିବ ସେତିକି ବେରୋଜଗାରୀ ଉ ପକୃତ ହୋଇ ପାରିବେ ବୋଲି ମନ୍ତ୍ରୀ ଦର୍ଶାଇଥିଲେ। ଆଜିର ବୈଠକରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟର ମାଲକାନଗିରି, ନବରଙ୍ଗ ପୁର, ନୂଆପଡ଼ା, ଗଜପତି ଓ ସୁବର୍ଣ୍ଣପୁର ଜିଲ୍ଲା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଋଣ ପ୍ରଦାନରେ ପଛୁଆ ଥିବା ଜଣା ପଡ଼ିଥିଲା। ସମଗ୍ର ରାଜ୍ୟରେ ୧,୧୮,୪୦୧ଟି ଏମ୍‌ଏସ୍‌ଏମ୍‌ଇ ମଧ୍ୟରୁ ୮୬,୬୨୩ଟିକୁ ଅର୍ଥ ମଞ୍ଜୁରୀ କରାଯାଇ ଥିବାବେଳେ ୨୭,୭୯୭ଟି ୟୁନିଟ୍‌କୁ ଋଣ ପ୍ରଦାନ କରା୩⁄୪ାଇ ପାରିଛି। କେତେକ ଘରୋଇବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ସମୀକ୍ଷାରୁ ଜଣା ପଡ଼ିବା ପରେ ଏ ଦିଗରେ ଫଳ ପ୍ରଦ ପଦକ୍ଷେ ପ ଦେବାକୁବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ଋଣ ପ୍ରଦାନବେଳେ କେତେକ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରି ପାରୁନଥିବା ଏବଂ କେତେକ କ୍ଷେତ୍ରରେ ଋଣ ଗ୍ରହିତାମାନେବ୍ୟାଙ୍କକୁ ଆସୁନଥିବା ଯୋଗୁ ଋଣ ପ୍ରଦାନ ପଛେଇ ଥିବାବ୍ୟାଙ୍କ ତରଫରୁ ଦର୍ଶାଯାାଇଥିଲା। ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆବଶ୍ୟକ ସ୍ଥଳେ ୟୁନିଟ୍‌ ସ୍ଥଳକୁ ଗସ୍ତ କରି ଋଣ ପ୍ରଦାନ ପାଇଁ ପଦକ୍ଷେ ପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେ ଏମ୍‌ଏସ୍‌ଏମ୍‌ଇ ଆସୋସିଏସନ୍‌,ବ୍ୟାଙ୍କ ଓ ବିଭାଗୀୟ ଅଧିକାରୀମାନଙ୍କୁ ଦେଇ ଏକ ଭର୍ଚୁଆଲ୍‌ ବୈଠକ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇ ଏହା ଫଳରେ ଅନେକ ସମସ୍ୟାର ଆଶୁ ସମାଧାନ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କବାର୍ତ୍ତା ଥାଇ ଋଣ ପ୍ରଦାନ ଉ ପରେ ଏକ ପ୍ରଚାର ପତ୍ର ମୁଦ୍ରଣ କରି ଲୋକଙ୍କ ଅବଗତି ନିମନ୍ତେ ବଣ୍ଟାଯିବା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ଏମ୍‌ଏସ୍‌ଏମ୍‌ଇ ନିର୍ଦେଶକ ଜି. ରେଘୁ, ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ଶିଳ୍ପ ବିଭାଗ ଅତିରିକ୍ତ ନିର୍ଦେଶକ ଏସ୍‌.କେ. ହୋତା, ଷ୍ଟେଟ୍‌ ବ୍ୟାଙ୍କର ଜିଏମ୍‌ ସିଏଲ୍‌ଏନ୍‌ ଚାରିଉଲୁ, ୟୁକୋ ବ୍ୟାଙ୍କର ଜିଏମ୍‌ ଲଲାଟେନ୍ଦୁ ବେହେରା, ଡିଜିଏମ୍‌, ଏସ୍‌ବିଆଇ ଶ୍ରୀ ମନମୋହନ ସ୍ୱାଇଁ ଓବିଭାଗୀୟ ଅଧିକାରୀବୃନ୍ଦ ଯୋଗଦେଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories