www.samajalive.in
Monday, December 8, 2025
27.1 C
Bhubaneswar

ମାଲକାନଗିରିରେ ୨୯ ବିଏସଏଫ ଯବାନ କରୋନା ସଂକ୍ରମିତ ଚିହ୍ନଟ

ମାଲକାନଗିରି : ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୨୦୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ମାଲକାନଗିରି ଜିଲାରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ମାଲକାନଗିରିରୁ ଚିହ୍ନଟ ୩୬ ଜଣଙ୍କ ମଧ୍ୟରେ ୨୯ ଜଣ ବିଏସଏଫ ଯବାନ ରହିଥିବା ଜଣାପଡିଛି। ଏନେଇ ମାଲକାନଗିରିରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।


ଜିଲାପାଳଙ୍କ ସୂଚନା ଅନୁସାରେ ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଡ୍ୟୁଟିରୁ ଫେରିଥିବା ୨୯ ବିଏସଏଫ ଯବାନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମାଲ୍ୟବନ୍ତ ବାଳକ ହଷ୍ଟେଲ, ଜୁନିଅର ସାଇନ୍ସ କଲେଜ ଏବଂ ବାଳିକା ହଷ୍ଟେଲରେ ରଖାଯାଇଛି।

- Advertisement -

ସେହିପରି ଅନ୍ୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଚାରିଜଣ ଏମଭି-୭ ଅଞ୍ଚଳର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରୁ ଚିହ୍ନଟ କରାଯାଇଥିଲା। ଯେଉଁମାନେକି ନିକଟ ଅତୀତରେ ତାମିଲନାଡୁ ଏବଂ ନୂଆଦିଲ୍ଲୀରୁ ଫେରିଥିଲେ। କୋରୁକୋଣ୍ଡା ବ୍ଲକର ଏମଭି -୧୨ରୁ ଅନ୍ୟ ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନେ ନୂଆଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories