www.samajalive.in
Monday, December 8, 2025
20.1 C
Bhubaneswar

ଅଷ୍ଟ୍ରେଲିଆରେ ୨ ଜୁଲାଇରେ ରିଲିଜ୍‍ ହେବ ରଣବୀରଙ୍କ ‘ସିମ୍ବା’

ମୁମ୍ବଇ: କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ଭାରତ ସହ ଅନ୍ୟ ଦେଶମାନେ ମଧ୍ୟ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ଦୀର୍ଘ ଦିନ ଧରି ଅନେକ କାର୍ଯ୍ୟ ବନ୍ଦ ରହିବା ପରେ ଏବେ ଧିରେଧିରେ ସବୁକିଛି ଅନ୍‍ଲକ୍‍ ହୋଇ ସ୍ଥିତି ପୂର୍ବପରି ହେବା ଆରମ୍ଭ କରିଛି। ଇତି ମଧ୍ୟରେ ଖବର ମିଳିଛି ଯେ, ୨୦୧୮ରେ ମୁକ୍ତିଲାଭ କରିଥିବା ରଣବୀର ସିଂହଙ୍କ ଚଳଚ୍ଚିତ୍ର ‘ସିମ୍ବା’କୁ ଫିଜି ଓ ଅଷ୍ଟ୍ରେଲିଆରେ ପୁନଃ ରିଲିଜ୍‍ କରାଯାଉଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରେକ୍ଷାଳୟରେ ଅଜୟ ଦେବଗନଙ୍କ ଫିଲ୍ମ ‘ଗୋଲ୍‍ମାଲ୍‍ ଏଗେନ୍‍’ ରିଲିଜ୍‍ ହୋଇସାରିଛି। ଏହି ଦୁଇ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ।

ରଣବୀର ସାମାଜିକ ଗଣମାଧ୍ୟମରେ ଫିଲ୍ମର ଫଟୋ ଶେୟାର କରି ସୂଚନା ଦେଇଛନ୍ତି ଯେ, ‘ସିମ୍ବା’ ଫିଜିରେ ତ ରିଲିଜ୍‍ ହୋଇସାରିଛି, କିନ୍ତୁ ଅଷ୍ଟ୍ରେଲିଆରେ ୨ ଜୁଲାଇରେ ରିଲିଜ୍‍ ହେବ। ରଣବୀରଙ୍କ ଏହି ଆକ୍ସନ-ଡ୍ରାମା ଚଳଚ୍ଚିତ୍ରକୁ ଭାରତରେ ଖୁବ୍‍ ସଫଳତା ମିଳିଥିଲା। ଦେଶରେ ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା। ଏଥିରେ ରଣବୀରଙ୍କ ସହ ସାରା ଅଲ୍ଲୀ ଖାନ ନାୟିକା ଭାବେ ନଜର ଆସିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories