www.samajalive.in
Monday, December 8, 2025
17.1 C
Bhubaneswar

ତୃଷା ମେଣ୍ଟାଉଛନ୍ତି ରାଜସ୍ଥାନର ଜଳ ମାନବ

ଅନ୍ୟକୁ ସାହାଯ୍ୟ କରିବାର ଗୁଣ ସମସ୍ତଙ୍କ ପାଖରେ ନଥାଏ। ଆମ ଆଖପାଖରେ ସଂଖ୍ୟାଧିକ ଧନିକ ଲୋକ ଅଛନ୍ତି, ଯେଉଁମାନେ କେବଳ ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଇଥାନ୍ତି। ଏପରିସ୍ଥଳେ ସମଗ୍ର ମନୁଷ୍ୟ ସମାଜ ନିମନ୍ତେ ମହମ୍ମଦ ଅବାଦ୍ ସୁନ୍ଦର ଉଦାହରଣଟିଏ ପାଲଟିଛନ୍ତି। ରାଜସ୍ଥାନର ସୁଜନ୍‌ଗଡ଼ ବାସିନ୍ଦା ହେଲେ ମହମ୍ମଦ। ଭାରତର ପ୍ରମୁଖ ଉତ୍ତପ୍ତ ସ୍ଥାନ ମଧ୍ୟରେ ଏହି ସହରର ନାମ ରହିଛି। ପ୍ରତି ବର୍ଷ ଗ୍ରୀଷ୍ମଦିନେ ଏଠାରେ ତାପମାତ୍ରା ୪୨ଡିଗ୍ରୀ ପାର ହୋଇଥାଏ। ଏଇ ସମୟରେ ସହରର ବିଭିନ୍ନ ପ୍ରାନ୍ତରେ ଜଳାଭାବ ସମସ୍ୟା ଦେଖାଦିଏ। ଗତ ୫ ବର୍ଷ ହେଲା ମହମ୍ମଦ ନିଜ ଉଦ୍ୟମରେ ସ୍ଥାନୀୟ ଲୋକଙ୍କ ଏଇ ସମସ୍ୟାର ସମାଧାନ ନିମନ୍ତେ ନିଜ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ତାଙ୍କ ସୌର ଚାଳିତ ଅଟୋକୁ ପାଣି ଟାଙ୍କିର ରୂପ ଦେଇ ଲୋକଙ୍କ ତୃଷା ମେଣ୍ଟାଇବା ଉଦ୍ଦେଶ୍ୟରେ ସେ କାମ କରୁଥିବାର ଦେଖାଯାଉଛି। ଏହି କାମ ପାଇଁ ତାଙ୍କୁ କୌଣସି ସଂସ୍ଥା କିମ୍ବା ଧନିକ ବ୍ୟକ୍ତି ଆର୍ଥିକ ସହାୟତା ଦେଉନାହାନ୍ତି। ଏସବୁ ସତ୍ତ୍ବେ ନିଜ ଖର୍ଚ୍ଚରେ ସେ ଦୈନିକ ୨ହଜାର ଟଙ୍କା ଖର୍ଚ୍ଚ କରି ୨ହଜାର ଲିଟରର ପାଣି କିଣି ତୃଷାର୍ତ୍ତଙ୍କୁ ମାଗଣାରେ ବାଣ୍ଟିଥାନ୍ତି। ପ୍ରତିଦିନ ୩ହଜାର ଲୋକ ତାଙ୍କ ପାଣି ଟାଙ୍କିର ପାଣି ପିଉଥିବାର କହିଛନ୍ତି ମହମ୍ମଦ। ରାଜସ୍ଥାନ ଆସୁଥିବା ଅଧିକାଂଶ ବିଦେଶୀ ପର୍ଯ୍ୟଟକ ମହମ୍ମଦଙ୍କୁ ଭଲଭାବେ ଚିହ୍ନିଥିବାବେଳେ ସେମାନେ ହିଁ ତାଙ୍କୁ ‘ୱାଟର୍‌ ମ୍ୟାନ୍’ ନାମ ଦେଇଛନ୍ତି। ବର୍ତ୍ତମାନ କରୋନା ଭାଇରସ୍‌ର ପ୍ରକୋପ ସମୟରେ ମଧ୍ୟ ନିଜ ଅଟୋରେ ସେ ଏକ ବଡ଼ ମାଇକ୍ ଲଗାଇ ଏହାର ପ୍ରଚାର କରାଇ ଲୋକଙ୍କୁ ସତର୍କ କରାଉଥିବାର ଦେଖାଯାଉଛି। n

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories