www.samajalive.in
Tuesday, December 9, 2025
16.1 C
Bhubaneswar

ଟିକ୍ ଟକ୍ ଗାର୍ଲ ସିଆ କକ୍କରଙ୍କ ଆତ୍ମହତ୍ୟା

ମନୋରଞ୍ଜନ ଜଗତର ଆସିଛି ଆଉ ଏକ ବେଦନାଦାୟକ ଖବର । ଗଣମାଧ୍ୟମ ସୂଚନା ଅନୁସାରେ ମାତ୍ର ୧୬ ବର୍ଷ ବୟସରେ ଟିକ୍ ଟକ୍ ଷ୍ଟାର ସିଆ କକ୍କର ଗୁରୁବାର ଆତ୍ମହତ୍ୟା କରିଛନ୍ତି । ତେବେ ସେ କିପରି ଓ କାହିଁକି ଆତ୍ମହତ୍ୟା କରିଛନ୍ତି ସେ ସମ୍ପର୍କରେ କୌଣସି ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ ।

ସିଆଙ୍କ ମ୍ୟାନେଜର ଅର୍ଜୁନ ସୁରୀନଙ୍କ ଅନୁସାରେ ବୁଧବାର ରାତି ପର୍ଯ୍ୟନ୍ତ ସିଆ ପୁରା ହସଖୁସି ମିଜାଜରେ ଥିଲେ। ବୁଧବାର ରାତିରେ ତାଙ୍କର ଏକ ଗୀତ ସମ୍ପର୍କରେ ସିଆଙ୍କ ସହ କଥାବାର୍ତା ହୋଇଥିଲା । ତେବେ ସେ କାହିଁକି ଏପରି ପଦକ୍ଷେପ ନେଲେ ତାହା ତାଙ୍କୁ ଜଣା ନାହିଁ ।

- Advertisement -

ସିଆଙ୍କ ପରି ଜଣେ ହସଖୁସି ମିଜାଜର ସୁନ୍ଦରୀ ତରୁଣୀ କାହିଁକି ଏପରି ପଦକ୍ଷେପ ନେଲେ ତାହା ପୁଲିସ ଅନୁସନ୍ଧାନ କରୁଛି । ନିକଟରେ ସିଆ ନିଜର ଇନଷ୍ଟ୍ରାଗ୍ରାମରେ ନିଜର ଏକ ନୃତ୍ୟ ଭିଡ଼ିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପଞ୍ଜାବୀ ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

ସିଆଙ୍କ ବୟସ ମାତ୍ର ୧୬ ବର୍ଷ ହୋଇଥିଲା ଓ ଟିକଟକ୍ରେ ତାଙ୍କର ୧.୧ ନିୟୁତ ଫଲୋଅର ଅଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ୯୧ ହଜାରରୁ ଅଧିକ ଫଲୋଅର ଅଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଜୁନ୍ ୧୪ ତାରିଖରେ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିଲେ । ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ସୁଶାନ୍ତ ବଲିଉଡ଼ରେ ନିଜ ଉଦ୍ୟମରେ ପ୍ରତିଷ୍ଠିତ ହୋଇ ପାରିଥିଲେ । ଏଥିପାଇଁ ତାଙ୍କୁ ପ୍ରଚଣ୍ଡ ସଂଘର୍ଷ କରିବାକୁ ପଡ଼ିଥିଲା । ମାତ୍ର ଉଦାସୀନତା ତାଙ୍କ ଉପରେ ବୋଝ ହୋଇଥିଲା ଓ ସେ ଆତ୍ମହତ୍ୟା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories