ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାପକୁ ବାପକୁ ସାପ କାମୁଡି ଥିଲା ବେଳେ ପୁଅ ବାପକୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ ମୃତ୍ୟୁ ହୋଇଛି। ମୃତକ ହେଲେ ମନୋଜ ବେହେରା।
ସୂଚନା ଯୋଗ୍ୟ, ମଇତାପୁର ଗ୍ରାମର ଭାଗୀରଥି ବେହେରାକୁ ଗତକାଲି ରାତିରେ ଏକ ବିଷାକ୍ତ ସାପ କାମୁଡି ଥିଲା। ଫଳରେ ପୁଅ ମନୋଜ ବାଇକ ଯୋଗ ତାଙ୍କ ବାପାଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ବାଟରେ ଯିବାବେଳ ଚରମ୍ପା ରେଳ ପୋଲ ନିକଟରେ ଦୁର୍ଘଟଣାରେ ପୁତ୍ର ମନୋଜର ମୃତ୍ୟୁ ହୋଇଥିଲା ବେଳେ ବାପକୁ କଟକ ସ୍ଥାନାନ୍ତରିତ କରାଯାଇଛି।
ଏମିତି ବି ଆସେ ମୃତ୍ୟୁ; ସର୍ପ ଦଂଶନରେ ଅସୁସ୍ଥ ବାପାକୁ ମେଡ଼ିକାଲ ନେବାବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ
Popular Categories



