www.samajalive.in
Monday, December 8, 2025
27.1 C
Bhubaneswar

୫ହଜାର ଏମ୍ଏଚ୍ ବ୍ୟାଟେରୀ ଏବଂ ଡୁଆଲ୍ ରିଅର କ୍ୟାମେରା ସହ “ରିଅଲମି ସି-୩ଆଇ”ର ବଜାର ପ୍ରବେଶ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନୀ ରିଅଲ୍ ଶେଷରେ ଭିଏତନାମରେ ତାର ଚମତ୍କାର ହ୍ୟାଣ୍ଡସେଟ୍ ସି-୩ଆଇ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ ୱାଟର ଡ୍ରପ୍ ନଚ୍ ଡିସପ୍ଲେ ସହିତ କର୍ନିଙ୍ଗ୍ ଗରିଲା ଗ୍ଲାସ୍ ୩ର ସମର୍ଥନ ରହିଛି। ଏହା ବ୍ୟତୀତ, ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ମିଡିଆଟେକ୍ ହିଲିଓ ଜି୭୦ ପ୍ରୋସେସର ପାଇପାରିବେ।
“ରିଅଲମି ସି-୩ଆଇ”ର ମୂଲ୍ୟ
କମ୍ପାନୀ ୨ ଜିବି ରାମ + ୩୨ ଜିବି ଷ୍ଟୋରେଜ୍ ଏବଂ ୪ଜିବି ରାମ + ୬୪ ଜିବି ଷ୍ଟୋରେଜ୍ ସହିତ ରିଅଲ୍-ସି ୩ଆଇ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ୨ ଜିବି ରାମ + ୩୨ ଜିବି ଷ୍ଟୋରେଜ୍ ମୂଲ୍ୟ ପାଖାପାଖି ୮ହଜାର ୫୦୦ ଟଙ୍କା ରହିଛି। ତେବେ ଏହାର ୪ଜିବି ରାମର ମୂଲ୍ୟ ଏପର୍ୟ୍ୟନ୍ତ ଜଣା ପଡିନାହିଁ।
ଏହି ସ୍ମାର୍ଟଫୋନରେ ୬୦୫-ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ରହିଛି, ଯାହାର ରେଜୋଲ୍ୟୁସନ ୭୨୦ଙ୍ଘ୧୬୦୦ପିକ୍ସେଲ। ଏହି ସ୍ମାର୍ଟଫୋନରେ ଉନ୍ନତ ପ୍ରଦର୍ଶନ ପାଇଁ ମିଡିଆଟେକ୍ ହିଲିଓ ଜି୭୦ର ସପୋର୍ଟ ରହିଛି।
ରିଅଲମ ସି୩ଆଇ ସ୍ମାର୍ଟଫୋନରେ ଉପଭୋକ୍ତାମାନଙ୍କୁ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ମିଳିବ। ଯେଉଁଥିରେ ୧୨ ମେଗାପିକ୍ସେଲର ପ୍ରାଥମିକ ସେନସର ଏବଂ ୨ ମେଗାପିକ୍ସେଲର ସେନସର ରହିଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ରେ ସେଲଫି ପାଇଁ ୫ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।
ଏହି ସ୍ମାର୍ଟଫୋନରେ ଡୁଆଲ୍ ସିମ୍, ୪ଜି ଭୋଲଟିଇ, ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍ ଭର୍ସନ୍ ୫, ଜିପିଏସ୍, ୩.୫୫ ଏମଏମ୍ ହେଡଫୋନ୍ ଜ୍ୟାକ୍ ଏବଂ ୟୁଏସବି ପୋର୍ଟ ଭଳି ଫିର୍ଚର ରହିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories