www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ ପିପିଲିକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ (ରେଲୱେ ଷ୍ଟେସନ)ରୁ ପିପିଲିକୁ ଗୁରୁବାର ଗଡ଼ିବ ମୋ ବସ୍‌। ଗତ ମଙ୍ଗଳବାରଠାରୁ କ୍ରୁଟ୍‌ ପକ୍ଷରୁ ବସ୍‌ ଚଳାଚଳ ଆରମ୍ଭ ହେବାର ଥିଲା। ପୁରୀ ଜିଲା ଏହି ଦିନ ସଟ୍‌ଡାଉନ୍‌ ଘୋଷଣା ହେଇଥିବାରୁ କ୍ରୁଟ୍‌ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଥିଲା। ସଟ୍‌ଡାଉନ୍‌ କଟକଣା ଉଠିବା ପରେ ୨୫ ଜୁନ୍‌ ଗୁରୁବାର ୩୩ ନମ୍ବର ରୁଟ୍‌ରେ ମୋ ବସ୍‌ ଚଳାଚଳ ଆରମ୍ଭ ହେବାନେଇ କ୍ରୁଟ୍‌ର ମହା ପ୍ରବନ୍ଧକ ଦୀପ୍ତିମୟୀ ମହାପାତ୍ର ସୂଚନା ଦେଇଛନ୍ତି।

ପିପିଲିକୁ ବସ୍‌ ଚଳାଚଳ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହି ଦାବିକୁ ଦୃ‌ଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ୩୩ ନମ୍ବର ରୁଟ୍‌(ଅର୍ଥାତ ଭୁବନେଶ୍ବରରୁ ପିପିଲି) ମୋ ବସ୍‌ ସେବା ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ଏହି ରୁଟ୍‌ରେ ୪ଟି ବସ୍‌ ଚଳାଚଳ କରିବ। ପ୍ରଥମ ବସ୍‌ ମାଷ୍ଟରକ୍ୟାଣ୍ଟିନରୁ ସକାଳ ୭ଟରେ ବାହାରି ପିପିଲି ଅଭିମୁଖେ ଯାତ୍ରା କରିବ। ସନ୍ଧ୍ୟା ୫ଟା ୫୦ ମିନିଟରେ ମାଷ୍ଟର କ୍ୟାଣ୍ଟିନରୁ ପିପିଲି ଅଭିମୁଖେ ଯାତ୍ରା ଆରମ୍ଭ କରିବ। ​‌‌ସେହିପରି ପିପିଲିରୁ ପ୍ରଥମ ବସ୍‌ ସକାଳ ୭ଟା ୪୫ ମିନିଟରେ ବାହାରି ମା‌ଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ। ସନ୍ଧ୍ୟା ୭ଟାରେ ମୋ ବସ ପିପିଲିରୁ ବାହାରି ମାଷ୍ଟର କ୍ୟାଣ୍ଟିନକୁ ଆସିବ। ପ୍ରଥମ ଦିନ ଗୋଟିଏ ବସ୍‌ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ବସ୍‌ ସେବା ଆରମ୍ଭ କରିବ। ଏହି ରୁଟ୍‌ରେ ବସ୍‌ର ସର୍ବାଧିକ ଟିକଟ୍‌ ମୂଲ୍ୟ ୩୦ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଯାତ୍ରୀମାନେ ବସ‌୍‌​ରେ ଯାତ୍ରା କରିବା ସମୟରେ ଖୁଚୁରା ଟଙ୍କା ଦେବା ସହ ମାସ୍କ ପିନ୍ଧିବେ ଏବଂ ଠିଆ ହୋଇ ଯାତ୍ରା ନକରିବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏଥି ସହିତ ଯାତ୍ରୀମାନେ କ୍ୟୁ ଆର କୋଡ଼ ମାଧ୍ୟମରେ ବସ୍‌ ଭଡ଼ା ଦେଇ ପାରିବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories