www.samajalive.in
Monday, December 8, 2025
20.1 C
Bhubaneswar

କରୋନା ସଂକଟ: ଅଧ୍ୟକ୍ଷ ଚାକିରି ଗଲା, ରୋଜଗାର ପାଇଁ ଠେଲାଗାଡ଼ିରେ ବିକିଲେ ଇଡ୍‌ଲି, ଦୋଶା, ବରା

ଖାମାମ୍‌(ତେଲେଙ୍ଗାନା): କରୋନା ସଂକଟ ସମୟରେ ବହୁ ଲୋକଙ୍କ ଚାକିରି ଯାଇଛି। ଅନେକ ରୋଜଗାର ହରାଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ହେବା ଦିନଠାରୁ ସ୍କୁଲକଲେଜକୁ ସରକାର ବନ୍ଦ ରଖିଛନ୍ତି ଓ ଛୁଟି ଘୋଷଣା କରିଛନ୍ତି। ତେବେ ଏହାର ସିଧାସଳଖ ଅନେକ ଘରୋଇ ସ୍କୁଲ ଉପରେ ପଡ଼ିଛି। ତେଲେଙ୍ଗାନାର ଖାମାମ୍‌ ଜିଲାରେ ଥିବା ଏକ ଘରୋଇ ସ୍କୁଲର ଜଣେ ଅଧ୍ୟକ୍ଷଙ୍କୁ କରୋନା ମାଡ଼ ବେହାଲ୍‌ କରି ଦେଇଛି। କରୋନା ସଂକଟ ଯୋଗୁ ତାଙ୍କୁ ଅଧ୍ୟକ୍ଷ ଚାକିରି ହରାଇବାକୁ ପଡ଼ିଲା। ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ ଏକ ଠେଲାଗାଡ଼ିରେ ଇଡ୍‌ଲି, ଦୋଶା, ବରା ବିକ୍ରି କରିବାକୁ ପଡ଼ିଲା। ଏଥିରୁ ମିଳୁଥିବା ରୋଜଗାରରୁ ନିଜ ପରିବାର ଚଳାଇବା ପାଇଁ ନୂଆ ରାହା ସୃଷ୍ଟି କରିଥିଲା।
୩୬ବର୍ଷିୟ ଖମାମ୍‌ ଜିଲାର ମରାଗନି ରାମବାବୁ ଜଣେ ପୂର୍ବତନ ଅଧ୍ୟକ୍ଷ। ପରିବାର ପ୍ରତିପୋଷଣ ପାଇଁ ନିଜ ପତ୍ନୀଙ୍କ ସହିତ ଏକ ଠେଲାଗାଡ଼ିରେ ସକାଳ ଓ ସନ୍ଧ୍ୟା ଜଳଖିଆ ପ୍ରସ୍ତୁତ କରିଥାନ୍ତି। ଇଡ୍‌ଲି, ଦୋଶା,ବରା ଆଦି ଗରମ ଜଳଖିଆ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି।
ମରାଗନି ରାମବାବୁ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ସ୍କୁଲ ଖୋଲିବା ପର୍ଯ୍ୟନ୍ତ ସେମାନଙ୍କୁ ଅଧ୍ୟକ୍ଷ ପଦ ଆବଶ୍ୟକ ନାହିଁ ବୋଲି ପରିଚାଳନା କର୍ତ୍ତୃପକ୍ଷ କହିଥିଲେ। ମୋର ପରିବାର ପ୍ରତିପୋଷଣ ପାଇଁ ଅନ୍ୟ କୌଣସି ରୋଜଗାର ପନ୍ଥା ନାହିଁ। ତେଣୁ ମୋ ସ୍ତ୍ରୀ ଓ ମୁଁ ସକାଳ ଓ ସନ୍ଧ୍ୟା ଜଳଖିଆ ପାଇଁ ଇଡ୍‌ଲି, ବରା, ଦୋଶା ତିଆରି କରି ବିକ୍ରି ପାଇଁ ନିଷ୍ପତ୍ତି ନେଇଥିଲୁ। ଏବେ ଆମେ ସବୁଦିନେ ଠେଲାଗାଡ଼ିକରେ ଜଳଖିଆ ଲୋକଙ୍କୁ ବିକ୍ରି କରୁଛୁ। କରୋନା ସଂକଟ ଯୋଗୁ ମୋ’ ଭଳି ବହୁ ଲୋକ ଚାକିରି ହରାଇଥିବାବେଳେ ରୋଜଗାର ହରାଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories