www.samajalive.in
Monday, December 8, 2025
27.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରକୁ ବିଶୋଧନ କରାଯାଇନଥିବା ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ସଙ୍ଗରୋଧ କେନ୍ଦ୍ର କରାଯାଇଥିବା ବେଳେ ପ୍ରବାସୀ ମାନଙ୍କର ରହିବା ପାଇଁ  ଏଠାରେ ବ୍ୟବସ୍ଥା କରାଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପ୍ରବାସୀ ଏଠାକୁ ଦୈନିକ ଆସୁଥିଲେ। ମାତ୍ର ଏହି ସଙ୍ଗରୋଧ କେନ୍ଦ୍ର ବନ୍ଦ ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏହାକୁ ବିଶୋଧନ କରାଯାଇନଥିବାରୁ ଏହାକୁ ନେଇ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏବେ +୨ ଖାତା ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଭୟରେ କେତେକ ଅଧ୍ୟାପକ ଖାତା ଦେଖିବାକୁ ଆସୁ ନଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ବଲାଙ୍ଗିର ପୌର ପରିଷଦ ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ସଙ୍ଗରୋଧ କେନ୍ଦ୍ର କରାଯାଇଥିବା ବେଳେ ଏହାର ନିଉ ହଷ୍ଟେଲ, ପିଜି ହଷ୍ଟେଲ, ଏବଂ ନିଉ ବିଲଡିଙ୍ଗ ହଷ୍ଟେଲ ଆଦି ତିନିଟି ସ୍ଥାନରେ ପ୍ରବାସୀମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ନିଉ ହଷ୍ଟେଲରେ ୧୨୦ ଜଣ, ପିଜି ଛାତ୍ରବାସରେ ୧୪୦ ଜଣ ଏବଂ ନୂତନ ହଷ୍ଟେଲରେ ୧୬୦ ଜଣ ପ୍ରବାସୀ ରହୁଥିଲେ। ସେମାନଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ଗଦି, ତକିଆ, ବେଡସିଟ ଆଦି ଯୋଗେଇ ଦିଆଯାଇଥିଲା। ପ୍ରାୟ୧୮ ଦିନ ହେବ ଏହି ସଙ୍ଗରୋଧ କେନ୍ଦ୍ର ବନ୍ଦ କରାଯାଇଥିବା ବେଳେ ପ୍ରବାସୀମାନେ ଫେରିଯାଇଛନ୍ତି।  ହେଲେ ଏହି ଗଦି, ତକିଆ, ବେଟସିଟ ଆଦି ପଡିରହିଥିବା ବେଳେ ଏହାକୁ ଏ ପର୍ଯ୍ୟନ୍ତ ସାନିଟାଇଜର କରାଯାଇ ନାହିଁ। ଏହାକୁ ସାନିଟାଇଜ କରିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ନିରବ ରହୁଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସ୍ଥାନୀୟ ଅଂଚଳବାସୀ ଏହି ଛାତ୍ରାବାସ ସମ୍ମୁଖ ବାଟରେ ଯିବା ପାଇଁ ଭୟ କରୁଥିବା ଜାଣିବାକୁ ମିଳିଛି। +୨ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକମାନେ ରହିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସାନିଟାଇଜ ହୋଇନଥିବାରୁ ସେମାନେ ଏଠାରେ ରହିପାରୁନାହାନ୍ତି। ଆସନ୍ତା ସପ୍ତାହ ବେଳକୁ +୨ ବୋର୍ଡ ପରୀକ୍ଷାର ବଳକା ବିଷୟ ପରୀକ୍ଷା ହେବାକୁ ଥିବା ବେଳେ ଛାତ୍ରାବାସର ଅନ୍ତେବାସୀମାନେ କେଉଁଠାରେ ରହିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ତିନୋଟି ଛାତ୍ରାବାସକୁ ତୁରନ୍ତ ବିଶୋଧନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories