www.samajalive.in
Tuesday, December 9, 2025
17.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ ; ୩ ଗିରଫ , ୩ ଫେରାର

ଲାଞ୍ଜିଗଡ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ଦିନକୁ ଦିନ ଚୋରୀ,ତସ୍କରି ଓ ଡକାୟତୀ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଅଞ୍ଚଳର ଯୁବକ ନକଲି ନକ୍ସଲ ନାଁରେ ଚାନ୍ଦା ଆଦାୟ କରି ସାଧାରଣ ଲୋକଙ୍କୁ ଭୟଭୀତ କରାଉ ଥିବା ନଜରକୁ ଆସିଥିବା ବେଳେ ଅନେକ ଗୁଡିଏ ନକଲି ନକ୍ସଲ ଲାଞ୍ଜିଗଡ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବର୍ତ୍ତମାନ ଆଉ ଏକ ଡକାୟତୀ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୋଟିଏ ଡକାୟତୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଲାଞ୍ଜିଗଡ ପୁଲିସ ।

ସୂଚନା ଅନୁଯାୟୀ,   ଲାଞ୍ଜିଗଡ ଠାରୁ ବେନଗାଁକୁ ପ୍ରଧାନମନ୍ତ୍ରୀ ରାସ୍ତାକାମ ଚାଲିଥିବା ବେଳେ ଭଟ୍ଟାଝରୀ ନିକଟସ୍ଥ କାଣ୍ଡଗୁଡା ଠାରେ ଠିକାଦାର କ୍ୟାମ୍ପ ନିର୍ମାଣ ହୋଇଛି । ବିଭିନ୍ନ ଅଞ୍ଚଳର କିଛି ଦୁର୍ବୁତ୍ତ ଠିକାଦାର କ୍ୟାମ୍ପକୁ ଡକାୟତୀ ଉଦ୍ୟମ କରୁଥିବା ବେଳେ ବିଶ୍ୱସ ସୁତ୍ରରୁ ଲାଞ୍ଜିଗଡ ପୁଲିସ ଖବର ପାଇ ଆଇଆଇସି ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇ ସେମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି । ୬ଜଣ ଦୁର୍ବୁତ୍ତ ଥିବା ବେଳେ ୩ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ୩ଜଣ ଘଟଣା ସ୍ଥଳରୁ ପେରାର ହୋଇଥିବା ଆଇଆଇସି ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଛନ୍ତି । ରାୟଗଡା ଜିଲା କାଶିପୁର ବ୍ଲକର କଞ୍ଜନାବାଡି ଗାଁର ବାଲି ମାଝୀ,ଲାଖବାହାଲି ଗାଁର ଅର୍ଜୁନ ମାଝୀ ଓ ସୁନାଖଡିକା ଗାଁର ରାଜେନ୍ଦ୍ର ନାଏକ ଏହି ତିନିଜଣକୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଅନେକ ମାରଣାସ୍ତ୍ର ଜବତ ହୋଇଥିବା ବେଳେ ଜଣଙ୍କ ନାଁରେ ୩ଟି ଲେଖାଏଁ ଆଧାରକାର୍ଡ ସିଜ କରିଛି ଲାଞ୍ଜିଗଡ ପୁଲିସ । ଏହି ଡକାୟତୀ ଗ୍ୟାଙ୍ଗକୁ ଲାଞ୍ଜିଗଡ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଡକାୟତୀ ଗ୍ୟାଙ୍ଗକୁ ନେଇ ଅନେକ ଗୁଡିଏ ଖୋଳତାଡ କରୁଛି ପୁଲିସ ।

- Advertisement -

 

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories