www.samajalive.in
Sunday, December 7, 2025
15.1 C
Bhubaneswar

ମୁମ୍ବଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ହୁସେନ ଆମେରିକାରେ ଗିରଫ

ମୁମ୍ବଇ: ମୁମ୍ବଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ପାକିସ୍ତାନୀ ଆତଙ୍କବାଦୀ ତହୱୁର ହୁସେନ ରାଣା ଆମେରିକାରେ ଗିରଫ ହୋଇଛି। ଆମେରିକା ପୁଲିସ ଲସ୍‌ ଏଞ୍ଜେଲ୍ସରୁ ତହୱୁରକୁ ଗିରଫ କରିଛି। ସେ ଦୁଇଦିନ ତଳେ ଆମେରିକାର ଏକ ଜେଲରୁ ମୁକୁଳିଥିଲା। କିନ୍ତୁ ତହବ୍ବୁରକୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦାବି କରିଆସୁଥିବାରୁ ପୁଲିସ ତା’କୁ ପୁଣି ଥରେ ଗିରଫ କରିଛି।

ତହବ୍ବୁର ହୁସେନ ପାକିସ୍ତାନର ଆମେରିକୀୟ ଆତଙ୍କବାଦୀ ଡେଭିଡ୍‌ ହେଡ୍‌ଲୀର ସହଯୋଗୀ। ସେ ୨୬/୧୧ ଆକ୍ରମଣ ଷଡ଼ଯନ୍ତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲା। ସୂଚନା ଅନୁସାରେ, ତହବ୍ବୁର ଆମେରିକାର ଏକ କୋର୍ଟରେ ପିଟିଶନ ଦାଖଲ କରି ସେ କରୋନାରେ ଆକ୍ରାନ୍ତ ଥିବା ଦର୍ଶାଇଥିଲା। ଏହା ପରେ ତା’କୁ ଜେଲ୍‌ରୁ ମୁକୁଳାଇ ଦିଆଯାଇଥିଲା। ଏହା ପରେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଭାରତ ପକ୍ଷରୁ ତହୱୁର ବିରୋଧରେ ରହିଥିବା ଅଭିଯୋଗ ଆଧାରରେ ତା’କୁ ଗିରଫ କରିଛି।

- Advertisement -

ତହୱୁରକୁ ୨୦୧୧ ଜୁନ ୧୦ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଡେନମାର୍କର ଏକ ଖବରକାଗଜ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିବା ଏବଂ ଲଶ୍କର-ଏ-ତଇବାକୁ ସହାୟତା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରଯାଇଥିଲା। ବିଗତ ୧୦ ବର୍ଷ ହେଲା ତା’କୁ ଆମେରିକାର ଜେଲରେ ରଖାଯାଇଥିଲା। ସୂଚନାଯୋଗ୍ୟ, ମୁମ୍ବଇ ଆକ୍ରମଣ ଘଟଣାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅନେକ ବିଦେଶୀ ନାଗରିକ ବି ସାମିଲ ଥିଲେ। ଲଶ୍କର ଆତଙ୍କବାଦୀ ସଂଗଠନର ୧୦ ଆତଙ୍କୀ ଏହି ଆକ୍ରମଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories