www.samajalive.in
Tuesday, December 9, 2025
17.1 C
Bhubaneswar

ଜୁନ ୨୧ ସୂର୍ଯ୍ୟ ପରାଗ ; ଜାଣନ୍ତୁ ଏହି ଦିନ କି କାର୍ଯ୍ୟ କରିବେ

ସୂର୍ଯ୍ୟ ପରାଗ ଜୁନ ୨୧ରେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା କଙ୍କଣ ଆକୃତିର ପରାଗ ହେବ। ଅର୍ଥାତ କଙ୍କଣ ଭଳି ଆକାର ଛବି ଦେଖାଯିବ। ଏହାସହ ଏହି ପରାଗ ସୂର୍ଯ୍ୟ ଦେବତାଙ୍କ ବାର ରବିବାର ଦିନ। ତେଣୁ ଏହାର ମହତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ଗ୍ରହଣର ପ୍ରଭାବ ଅନେକ ରାଶିଙ୍କ ଉପରେ ମଧ୍ୟ ପଡ଼ିବ।
ଜ୍ୟୋତିଷଙ୍କ ମତାନୁଯାୟୀ ପରାଗ ସମୟର ଖରାପ ସମୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ପରାଗ ଦୁନିଆର ବିଭିନ୍ନ ଦେଶ ସହ ଭାରତର କିଛି ଅଂଶରେ ଏହି ପରାଗ ସମ୍ପୂର୍ଣ୍ଣ ରୂପେ ଦେଖିବାକୁ ମିଳିବ।
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଉଭୟର ବିଶେଷ ମହତ୍ୱ ରହିଛି। ସନାତନ ଧର୍ମର ମାନ୍ୟତା ଅନୁଯାୟୀ ପରାଗ ପୂର୍ବରୁ ଖରାପ ସମୟ ଆରମ୍ଭ ହୋଇଥାଏ। କୁହାଯାଏ ଏହି ସମୟରେ ପ୍ରକୃତି ଅଧିକ ସମ୍ବେଦନଶୀଳ ହୋଇଥାଏ। ତେଣୁ ଏହି ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏହି ସମୟରେ ପୂଜାର୍ଚ୍ଚନା କରିବାକୁ ବାରଣ କରାଯାଇଥାଏ। ମାତ୍ର ଭଗବାନଙ୍କ ନାମ ଓ ମନ୍ତ୍ର ଉଚ୍ଚାରଣ କରାଯାଏ।
ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟପରାଗରେ କରାଯାଇଥିବା ଦାନ ରାହୁ, କେତୁ ଓ ଶନିଙ୍କ ଅନେକ ପ୍ରଭାବରୁ ରକ୍ଷା ମିଳିଥାଏ। ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ ସୂର୍ଯ୍ୟପରାଗ ସମୟରେ ଅସହାୟଙ୍କୁ ଆବଶ୍ୟକ ଅନୁଯାୟୀ ଚମଡ଼ାରେ ପ୍ରସ୍ତୁତ କଳା ରଙ୍ଗର ଜୋତା କିମ୍ବା ଚପଲ ଦାନ କରନ୍ତୁ।
ଏହି ସମୟରେ ଦାନ କରିବା ଦ୍ୱାରା ଘରେ ସୁଖଶାନ୍ତି ପ୍ରବେଶ କରିଥାଏ। ଭଗବାନ କୁବେର ସନ୍ତୁଷ୍ଟ ହେବା ସହ ଧନର ଅଭାବ ହୋଇନଥାଏ।
ଏହାସହ ପରାଗ ପରେ ଘରେ ଥିବା ଅଦରକାରୀ ଜୋତା ଚପଲକୁ ବ୍ୟବହାର ଉପଯୋଗୀ ଥିଲେ ଦାନ କରନ୍ତୁ ଅଥବା ଫିଙ୍ଗି ଦିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories