www.samajalive.in
Monday, December 8, 2025
27.1 C
Bhubaneswar

ବିପଦ ସମୟରେ ଶ୍ରୀକ୍ଷେତ୍ର ବାହାରେ ବି ହୋଇଛି ରଥଯାତ୍ରା

ଭୁବନେଶ୍ଵର: କରୋନା ଭୂତାଣୁ ଯୋଗୁ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେବନାହିଁ। ଗୁରୁବାର ସୁପ୍ରିମକୋର୍ଟ ଏହି ରାୟ ଶୁଣାଇବା ପରେ କାଳିଆର ଭକ୍ତମାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ତେବେ କେବଳ ଏହି ଗୋଟିଏ ବର୍ଷ ନୁହେଁ, ଅତୀତରେ ଅନେକ ଥର ବିପଦଆପଦ ସମୟରେ ରଥଯାତ୍ରା ବନ୍ଦ ହୋଇଛି। ଏବଂ ବେଳେବେଳେ ଶ୍ରୀକ୍ଷେତ୍ର ବାହାରେ ବି ରଥଯାତ୍ରା ଅନୁଷ୍ଠିତ ହୋଇଛି। ଇତିହାସ କୁହେ ଶ୍ରୀମନ୍ଦିର ଏମଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୀତରେ ଅନେକ ସମୟରେ ବାହ୍ୟ ଶତ୍ରୁଙ୍କ ବିପଦ ପଡ଼ିଛି। ସେତେବେଳେ ଶ୍ରୀକ୍ଷେତ୍ର ବାହାରେ ହୋଇଛି ରଥଯାତ୍ରା। ମହାପ୍ରଭୁଙ୍କ ପରମ୍ପରାକୁ ଉଜ୍ଜୀବିତ ରଖିବା ଲାଗି ନିରାଡ଼ାମ୍ବର ଭାବେ ଘୋଷଯାତ୍ରା କରାଯାଇଛି। ସେହି ରଥଯାତ୍ରା ମଧ୍ୟରୁ କେତେକ ଏଠାରେ ଉପସ୍ଥାପନ କରାଯାଇଛି।

ଚକାନାସୀ

- Advertisement -

୧୬୧୧ ମସିହାର କଥା। ରଥଯାତ୍ରା ପାଖେଇ ଆସୁଥିଲା। ତା’ସହ ବଢ଼ୁଥିଲା ମୋଗଲ ସେନାପତି କଲ୍ୟାଣ ମଲ୍ଲର ପୁରୀ ଆକ୍ରମଣ ଆଶଙ୍କା। ସେତେବେଳେ କେବଳ ରଥଯାତ୍ରା କରାଯିବା ଅସମ୍ଭବ ହୋଇ ନ ଥିଲା, ବରଂ କୋଟି କୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଥିଲେ। ତେଣୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ଫଳରେ ମହାପ୍ରଭୁଙ୍କୁ ଚିଲିକାର ଚକାନାସୀଠାରେ ବିଜେ କରାଯାଇଥିଲା। ସେହିବର୍ଷ ସେହିଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ହୋଇଥିଲା। ରଥ ଶଗଡ଼ିରେ ଯାତ୍ରା କରିଥିଲେ ମହାପ୍ରଭୁ।

ଗଡମାଣିତ୍ରୀ

୧୬୨୨ରେ ଅହମ୍ମଦ ବେଗ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ହଠାତ୍‌ ଆକ୍ରମଣ କରିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତୁରନ୍ତ ଅନ୍ଧାରିଗଡକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ମହାପ୍ରଭୁଙ୍କୁ ଗଡମାଣତ୍ରୀ ନିଆଯାଇଥିଲା। କେବଳ ବ୍ରହ୍ମଙ୍କୁ ପାଟବସ୍ତ୍ରରେ ଆଚ୍ଛାଦିତ କରି ଗଡମାଣିତ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚତୁର୍ଦ୍ଧା ମୂର୍ତ୍ତି ତିଆରି ହେବା ପରେ ବ୍ରହ୍ମ ପ୍ରତିଷ୍ଠା କରାଯାଇଥିଲା। ୧୬୨୪ ମସିହାରେ ଗଡମାଣିତ୍ରୀରେ ରଥଯାତ୍ରା ହୋଇଥିଲା।

ବଡହନ୍ତୁଆଡ

୧୬୯୨ ମସିହା ପରଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିରରେ ରହି ନ ଥିଲେ। ଏକ୍ରାମ ଖାନ ଓ ଅନ୍ୟ ଶାସକ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ସେତେବେଳର ସେବକ ଓ ପୂଜକମାନେ ତିନି ଠାକୁରଙ୍କୁ ଚିଲିକା ଭିତରେ ଗଡ଼କୋକଲ ଗ୍ରାମରେ ଲୁଚାଇ ରଖିଥିଲେ । ଏହାପରେ ତିନି ଠାକୁରଙ୍କୁ ବାଣପୁରର ବଡ଼ହନ୍ତୁଆଡ଼ ବୋଲି ଏକ ଗ୍ରାମରେ ରଖାଯାଇଥିଲା ବୋଲି ଇତିହାସକାରମାନେ କହନ୍ତି। ୧୬୯୨ରୁ ୧୭୦୭ ମଧ୍ୟରେ ୨ ଥର ବଡ଼ହନ୍ତୁଆଡ଼ରେ ରଥଯାତ୍ରା ହୋଇଥିଲା।

ନଇରୀ

୧୭୩୧ରୁ ୧୭୩୩ ମସିହା ମଧ୍ୟରେ ତକି ଖାଁ ଏକାଧିକ ବାର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା। ଫଳରେ ମହାପ୍ରଭୁଙ୍କୁ ଚିଲିକା ବାଟଦେଇ ନଇରୀକୁ ସ୍ଥାନାନ୍ତର କରାଯାଇଥିଲା। ନଇରୀର ହରୀଶ୍ୱର ମଣ୍ଡପସ୍ଥିତ ପଥର ଚକଡାରେ ମହାପ୍ରଭୁ ରହିଥିଲେ। ଏହି ସମୟ ମଧ୍ୟରେ ୧୭୩୩​‌ରେ ରଥଯାତ୍ରା ପଡ଼ିଥିଲା। ଏହି ଅବସରରେ ଶଗଡ଼ି ରଥରେ ତିନି ଠାକୁରଙ୍କର ରଥଯାତ୍ରା କରାଯାଇଥିଲା।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories