www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ବରରେ ଆଉ ୯ ଆକ୍ରାନ୍ତ ଚିହ୍ନଟ ; ୩ଜଣ କୋଭିଡ ହସ୍ପିଟାଲ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର : ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଥିବା ୧୦ ଜଣ କରୋନା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଭୁବନେଶ୍ବର ସହର ଅଞ୍ଚଳରୁ ୯ଜଣ ରହିଛନ୍ତି  । ୯ ଜଣ ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ଜଣ ରହିଛନ୍ତି । ୫ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ କୋଭିଡ ହସ୍ପିଟାଲ କର୍ମଚାରୀ ରହିଛନ୍ତି । ୩ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି ।


ସୂଚନା ଅନୁଯାୟୀ, ଗାଡକଣ ମହିମା ନଗରର ଗୋଟିଏ ପରିବାରରୁ ୨ଜଣ ସ୍ଥାନୀୟ ସଂକ୍ରମଣ  । ଚନ୍ଦ୍ରଶେଖରପୁର ବଡ଼ିଏ କଲୋନିରୁ -୧ , ଭିମପୁରୁର -୨ ଜଣ କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।  ଅନ୍ୟଜଣେ କ୍ବାରେଣ୍ଟିନ ପଜିଟିଭ ସାଲିଆ ସାହିରୁ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

ସୂଚନା ଯୋଗ୍ୟ , ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ,  ଏମାନଙ୍କ ମଧ୍ୟରୁ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ବର୍ତ୍ତମାନ ୭୨ ଜଣ ଆକ୍ରାନ୍ତ ଚିିକିତ୍ସିତ ହେଉଛନ୍ତି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories