www.samajalive.in
Sunday, December 7, 2025
16.1 C
Bhubaneswar

୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ନୂଆଦିଲ୍ଲୀ : ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନରେ ଭାରତ ନିର୍ବାଚିତ ହୋଇଛି। ବର୍ତ୍ତମାନ ଭାରତ ୨୦୨୧-୨୨ ପାଇଁ ଅସ୍ଥାୟୀ ସଦସ୍ୟ ହୋଇଛି । ଭାରତ ଏଥିସହ ୮ମ ଥର ପାଇଁ ଅସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଛି । ଏହି ନିର୍ବାଚନରେ ୧୯୨ ଟି ମଧ୍ୟରୁ ଭାରତ ୧୮୪ଟି ଭୋଟ୍ ପାଇଛି। ଅନ୍ୟପକ୍ଷରେ ଏହି ସଫଳତାକୁ ନେଇ ପାକିସ୍ତାନ କହିଛି ଯେ, ସୁରକ୍ଷା ପରିଷଦରେ ନୂଆଦିଲ୍ଲୀର ଅସ୍ଥାୟୀ ସଦସ୍ୟତା ଆମ ପାଇଁ ଚିନ୍ତାର ବିଷୟ ।

ରିପୋର୍ଟ ଅନୁଯାୟୀ, ଜାତିସଂଘ ମୁଖ୍ୟାଳୟରେ କୋଭିଡ -୧୯ ସହ ଜଡିତ ପ୍ରତିବନ୍ଧକ ହେତୁ ସ୍ୱତନ୍ତ୍ର ଭୋଟ୍ ବ୍ୟବସ୍ଥା କରାଯାଇଥିଲା। ଅସ୍ଥାୟୀ ସଦସ୍ୟ ଭାବରେ ୧୫ ଟି ଦେଶର ସୁରକ୍ଷା ପରିଷଦରେ ଯୋଗଦେବାକୁ ଭାରତ ପ୍ରାୟ ନିଶ୍ଚିତ ଥିଲା। ୨୦୨୧-୨୦୨୨ ଅବଧି ପାଇଁ ଭାରତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଏକମାତ୍ର ଅସ୍ଥାୟୀ ସଦସ୍ୟ ରହିବ । ଏହି ଆସନ ପାଇଁ  ଭାରତ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଭାରତର ବିଜୟ ମଧ୍ୟ ସ୍ଥିର ହୋଇଥିଲା।

- Advertisement -

ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ୭ଥର ନିର୍ବାଚିତ ହୋଇଛି। ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଓ ଶେଷଥର ପାଇଁ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା।

ଭାରତର ଏହି ସଫଳତା ଦ୍ୱାରା ପାକିସ୍ତାନ ଚିନ୍ତିତ ହୋଇପଡିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି କହିଛନ୍ତି ଯେ , ଏହି ପ୍ଲାଟଫର୍ମରୁ ବିଶେଷ କରି କାଶ୍ମୀର ଭଳି ପ୍ରସଙ୍ଗ ଉଠାଇବାକୁ ଭାରତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସୁଛି। କାଶ୍ମୀରବାସୀଙ୍କୁ ସେମାନଙ୍କର ଅଧିକାର ଦିଆଯାଉ ନାହିଁ ଏବଂ ସେମାନଙ୍କ ଦମନ ଜାରି ରହିଛି। ଭାରତ ଅସ୍ଥାୟୀ ସଦସ୍ୟ ହୋଇ କିଛି ବଡ଼ କାମ କରିନାହିଁ । ପାକିସ୍ତାନ ମଧ୍ୟ ସାତଥର ଅସ୍ଥାୟୀ ସଦସ୍ୟ ହୋଇଛ ବୋଲି କହିଛିନ୍ତ ।

ଆମେରିକାର ସ୍ୱାଗତ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ମନୋନୀତ ହେବାପରେ ଭାରତକୁ ଆମେରିକା ସ୍ୱାଗତ କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବିଜୟ ପାଇଁ ଆମେ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ ବୋଲି ଆମେରିକା କହିଛି। ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଆମେ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories