www.samajalive.in
Sunday, December 7, 2025
13.1 C
Bhubaneswar

ଦେଶରେ ପୁଣି ବଢିପାରେ ଲକ୍ ଡାଉନ!

ଭୁବନେଶ୍ବର : ଦେଶରେ ପୁଣିଥରେ ତାଲା ବନ୍ଦ ହୋଇପାରେ । କାରଣ ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଏହା କୁହାଯାଉଛି। ଯଦିଓ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଦୁଇ ଦିନିଆ ଭିଡିଓ କନଫରେନ୍ସିଂ ପରେ ପୁଣିଥରେ ତାଲା ବନ୍ଦ କରିବାକୁ ଘୋଷଣା କରିପାରନ୍ତି । ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ଥିବା ସ୍ଥାନ ମାନଙ୍କରେ କୌଣସି ପ୍ରକାର କଟକଣା କୋହଳ ନକରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ କେନ୍ଦ୍ର ସରକାର ନିର୍ଦେଶ ଦେଇପାରନ୍ତି । ଏଥି ସହିତ ସହରାଞ୍ଚଳରେ ଥିବା କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ଯାଇ କରୋନା ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବା ସହ ସାମଜିକ ଦୂରତା, ମାକ୍ସ ପିନ୍ଧିବା ଏବଂ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇପାରନ୍ତି।

କିଛି ଦିନ ମଧ୍ୟରେ ଦେଶରେ କିଛି ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଏଣୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କଠାରୁ ମତାମତ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ୧୬ ଏବଂ ୧୭ ତାରିଖରେ ବୈଠକ କରିବେ। ପ୍ରଧାନମନ୍ତ୍ରୀ ବୈଠକର ପ୍ରଥମ ଦିନରେ କରୋନାରେ କମ୍ ମାତ୍ରାରେ ପ୍ରଭାବିତ ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ଏବଂ ଦ୍ବିତୀୟ ଦିନରେ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।

- Advertisement -

ଜାତୀୟ ଗଣାମଧ୍ୟରେ ପ୍ରକାଶିତ ଖବର ଅନୁସାରେ ବୈଠକରେ ପ୍ରଧାନମନ୍ତ୍ରୀ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ମାଗିପାରନ୍ତି । ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଆଧାରରରେ ରଣନୀତି ପ୍ରସ୍ତୁତ କରାଯିବ। ତେବେ ପୁନର୍ବାର ଲକ୍ ଡାଉନ ଘୋଷଣା କରିବାର ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇନାହିଁ । କରେନା ସଂକ୍ରମଣକୁ ରୋକିବାର ମୁଖ୍ୟ ଚାବି ସାମାଜିକ ଦୂରତା ଅବଲମ୍ବନ କରିବା ଯଦି ଜନସାଧାରଣ ତାହା ପାଳନ କରନ୍ତି ତେବେ କରୋନା ସଂକ୍ରମଣ ହ୍ରାସ ପାଇବ ।
ଅନ୍ୟପଟେ କରୋନା ସଂକ୍ରମଣ ଯୋଗଁ ସାରା ଦେଶକୁ ମାର୍ଚ୍ଚ ୨୪ ମଧ୍ୟ ରାତ୍ରରୁ ଲକ୍ ଡାଉନ ଘୋଷଣା କରାଯିବା ପରେ ଦେଶରେ ପିଲାମାନଙ୍କୁ ଟୀକା ଦିଆଯାଇ ପାରୁନାହିଁ। ରାଜଧାନୀ ଦିଲ୍ଲୀରେ ୬ ମଇରୁ ଶିଶୁ ମାନଙ୍କୁ ଟୀକା ଦିଆଯିବା ଆରମ୍ଭ କରାଯାଇଥିଲା କିନ୍ତୁ ଏକ ମାସ ପରେ ମଧ୍ୟ ପଛୁଆ ପରିବାରର ପିଲାମାନେ ଟୀକାରୁ ବଞ୍ଚିତ ହୋଇଛନ୍ତି । ଜାତୀୟ ଗଣାମଧ୍ୟମ ହିନ୍ତୁସ୍ତାନ ଟାଇମ୍ସର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଲକ୍ ଡାଉନ ଯୋଗଁ ଦେଶରେ ପିଲାମାନଙ୍କ ଟୀକାକରଣରେ ବିଳମ୍ବ ହେଉଛି  । ଯାହା ଭବିଷ୍ୟତରେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ହୋଇପାରେ ।କେତେକେ ସ୍ଥାନରେ ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ସୂଚନା ଅଭାବ ଏବଂ କର୍ମଚାରୀଙ୍କ ଅଭାବରୁ ଟୀକା ଦିଆଯାଇ ପାରୁନାହିଁ। କାରଣ ଦେଶରେ ଅଧିକାଂଶ ଆଶକର୍ମୀମାନେ କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ରହିଛନ୍ତି । ପଛୁଆ ବର୍ଗର ଅନେକ ପରିବାର ଆବଶ୍ୟକ ଟିକା ପାଇପାରିନଥିଲେ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। କେବଳ ଏତିକି ନୁହେଁ, ଲକଡାଉନ୍ ସମୟରେ ଅନେକ ମହିଳା ଡାକ୍ତରଖାନାରେ ପହଞ୍ଚି ପାରିନଥିବାରୁ ଘରେ ପ୍ରସବ କରିବାକୁ ପଡୁଥିଲା। ଏହି କାରଣରୁ ନବଜାତ ଶିଶୁକୁ ଦିଆଯାଉଥିବା ବିସିଜି ଟୀକା ଦିଆଯାଇନାହିଁ । ଏହି ଟିକା ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯାହା ଫଳରେ ଶିଶୁମାନେ ରୋଗ ମୁକ୍ତ ରୁହନ୍ତି।

ଭାରତରେ ମାର୍ଚ୍ଚ ୫ ତାରିଖରେ  କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ରହିଥିଲା, ଏହାପରେ ଦେଶରେ ଲକ୍ ଡାଉନ ଘୋଷଣା ହେବା ସମୟରେ  କରୋନା ଆକ୍ରାନ୍ତଙ୍କ ଥିଲା ୬୫୭ । ଦେଶ ଲକ୍ ଡାଉନ ହେବାର ପ୍ରଥମ ଦିନରୁ ୩୪ ଦିନ ପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣର ହାର କମ୍ ରହିଥିଲା। ଏହପରଠାରୁ ଦେଶରେ ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ମଇ ୮ ସୁଦ୍ଧା ୫୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଇ ୧୯ରେ ଏହା ୧ ଲକ୍ଷ ଟପିଥିଲା । ଜୁନ୍ ୩ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲା । ଜୁନ ୩ ରୁ ଜୁନ ୧୫ ମଧ୍ୟରେ ଦେଶରେ ୩ ଲକ୍ଷ ୩୨ ହଜାର ୪୨୪ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥିରୁ ଜଣାପଡୁଛି ଦେଶରେ କିଭଳି ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ବର୍ତ୍ତମାନ ଅନଲକ୍-୧ ଜାରି ରହିଛି କିନ୍ତୁ ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଗତକିଛି ଦିନ ହେବ ଦେଶରେ ଦୈନିକ ୧୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ସରକାରଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି । ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ପୁଣିଥରେ ଦେଶରେ କଟକଣା ବଢାଇବା ସହ ଲକ୍ ଡାଉନ ବୃଦ୍ଧି କରି ପାରନ୍ତି ବୋଲି ଆଲୋଚନା ହେଉଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories