www.samajalive.in
Monday, December 8, 2025
17.1 C
Bhubaneswar

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡ୍ ଇଣ୍ଡଷ୍ଟ୍ରିକୁ କାଠଗଡାକୁ ଟାଣିଲେ ଧୋନିଙ୍କ ହେୟାର ଷ୍ଟାଇଲିଷ୍ଟ- କହିଲେ ଇଣ୍ଡଷ୍ଟ୍ରିରେ କେହି ସୁଶାନ୍ତଙ୍କ ପାଇଁ ଠିଆ ହୋଇନାହାନ୍ତି

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ଚକିତ କରିଦେଇଛି । ସୁଶାନ୍ତଙ୍କ ଭଳି ଜଣେ ଉଦୀୟମାନ ବଲିଉଡ୍ ଷ୍ଟାର କଣ ପାଇଁ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ହେୟାର ଷ୍ଟାଇଲିଷ୍ଟ ସପନା ଭବନାନୀ ବଲିଉଡ୍ ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍ ତାରକାଙ୍କ ଉପରେ ରାଗିଯାଇଛନ୍ତି । ସପନା କହିଛନ୍ତି ଯେ ବଲିଉଡ ଇଣ୍ଡଷ୍ଟ୍ରିରେ କେହି ଶୁଶାନ୍ତଙ୍କ ସାଥ୍ ଦେଇ ନାହାନ୍ତି । ସୁଶାନ୍ତଙ୍କ ଭଳି ଜଣେ ଉଦୀୟମାନ ତାରକା କିପରି ଆତ୍ମହତ୍ୟା କରିପାରିବେ ଏହା ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉତ୍ତର କେବଳ ସୁଶାନ୍ତ ସିଂ ହିଁ ଦେଇପାରିବେ । ସପନା ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ଜଣେ ଭଲ ବିଦ୍ୟାର୍ଥୀ ଥିଲେ ସେ ପଦାର୍ଥ ବିଜ୍ଞାନରେ ଜାତୀୟ ଅଲିମ୍ପିଆଡ୍ ଜିତିଛନ୍ତି, ସେ କିପରି ଅବସାଦର ଶିକାର ହୋଇପାରିବେ।
https://www.instagram.com/p/CBaiaJwBCd1/?utm_source=ig_web_copy_link
କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ ଚଳଚ୍ଚିତ୍ର ‘ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସପନା ଧୋନିଙ୍କ ହେୟାର ଷ୍ଟାଇଲିଷ୍ଟ ଥିବା ଯୋଗୁଁ ଏହି ଚଳଚିତ୍ରରେ ମଧ୍ୟ ସେ ସୁଶାନ୍ତ ସିଂ ରାଜପୁତଙ୍କୁ ସହଯୋଗ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ସପନାଙ୍କୁ  ଚକିତ କରିଛି। ସପନା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ‘ସୁଶାନ୍ତ ଗତ କିଛି ବର୍ଷ ଧରି ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଥିଲେ। ଇଣ୍ଡଷ୍ଟ୍ରିରେ କେହି ତାଙ୍କ ପାଇଁ ଠିଆ ହେଲେ ନାହିଁ କିମ୍ବା ସାହାଯ୍ୟର ହାତ ବଢାଇଲେ ନାହିଁ । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏହା ଜଣାପଡୁଛି କି ଇଣ୍ଡଷ୍ଟ୍ରିରେ କେହି କାହାର ନୁହଁନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories