www.samajalive.in
Monday, December 8, 2025
17.1 C
Bhubaneswar

ରଜରେ ଫୁଟିଲା ଗୁଳି, ଯୁବକ ମୃତ

ଖୋର୍ଦ୍ଧା: ରଜରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ। ବ୍ରାଉନସୁଗାର କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗୁଳିମାଡରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ମାନ ପ୍ରଧାନ ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚାରିଜଣ ଦୁର୍ବୁତ୍ତ ଏହି ହତ୍ୟା କରିଥିବା ସୂଚନା ମିଳିଛି । ସମସ୍ତ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବ୍ୟବସାୟକୁ ନେଇ ଶତ୍ରୁତା କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ପୂର୍ବରୁ ଅନେକ ମାମଲା ରହିଛି ।

- Advertisement -

ସୂଚନା ଅନୁଯାୟୀ, ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଆଜି ସକାଳୁ ସକାଳୁ ଗୁଳି କରି ହତ୍ୟା କରାଯାଇଛି । ସକାଳୁ ସକାଳୁ ମାନ ପ୍ରଧାନ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତ ମାନେ ୪ ରୁ ୫ ରାଉଣ୍ଡ ଗୁଳି ମାନ ମୁଣ୍ଡକୁ ମାରିଥିଲେ । ଦୁର୍ବୃତ୍ତଙ୍କୁ ଧରିବାକୁ ଗଲା ବେଳକୁ ଖସି ପଳାଇଥିଲେ । ସେପଟେ ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories