www.samajalive.in
Monday, December 8, 2025
20.1 C
Bhubaneswar

କରୋନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ, ଏନଜିଓଙ୍କ ପ୍ରଶଂସାରେ ଶତମୁଖ ସୁପ୍ରିମକୋର୍ଟ

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ କିନ୍ତୁ ଏଭଳି ସଂକଟମୟ ପରିସ୍ଥିତିରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ ସହଯୋଗ କରିଥିବା ସ୍ବେଛାସେବୀ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଅଶୋକ ଭୂଷଣ, ଏସ.କେ.କୌଲ ଏବଂ ଏମ.ଆର.ସାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବେଛାସେବୀ ସଂଗଠନ ଗୁଡିକର କାର୍ଯ୍ୟକୁ ଗୁରୁତ୍ୱପୂର୍ଣ କହିବା ସହ ସେମାନେ ପ୍ରଶଂସାର ଅଧିକାରୀ ବୋଲି କହିଛନ୍ତି।

ପ୍ରବାସୀ ଶ୍ରମିକମାନେ ଲକ ଡାଉନ ସମୟରେ ଭୋଗୁଥିବା ସମସ୍ୟାର ନିଜ ଆଡୁ ବିଚାରପୂର୍ଵକ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦିଓ ପ୍ରବାସୀ ଶ୍ରମିକମାନଙ୍କର ସମସ୍ତ ଦାୟିତ୍ୱ ନେବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ ଏବଂ କର୍ତ୍ତବ୍ୟ କିନ୍ତୁ ଏଭଳି ସମୟରେ ସ୍ୱେଚ୍ଛାସେବୀ ସଂଗଠନ ତଥା ବ୍ୟକ୍ତିବିଶେଷଙ୍କ ଅବଦାନ ଓ ସାହାଯ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି ଯେ ଏହି ମାମଲାରେ ଯୁକ୍ତିତର୍କ ବେଳେ ଦେଶର ବିଭିନ୍ନ ହାଇକୋର୍ଟ ମଧ୍ୟ ଏହା ଉପରେ ରାଜ୍ୟଗୁଡ଼ିକୁ ନୋଟିସ୍ ଜାରି କରାଯାଇଥିବା କହିଥିଲେ।

- Advertisement -

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ହାଇକୋର୍ଟଗୁଡିକ ସାମ୍ବିଧାନିକ ଅଦାଲତ ଭାବରେ ପ୍ରବାସୀ ଶ୍ରମିକଙ୍କ ମୌଳିକ ଅଧିକାର ଉଲ୍ଲଂଘନକୁ ଗ୍ରହଣ କରିଛନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସମ୍ପୃକ୍ତ ଘଟଣାର ଶୁଣାଇ ବେଳେ ସମସ୍ତ ଦିଗକୁ ବିଚାରକୁ ନିଆଯିବ। ଶୀର୍ଷ ଅଦାଲତ କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ କେନ୍ଦ୍ରର ନିର୍ଦ୍ଦେଶ, ନିର୍ଦ୍ଦେଶାବଳୀ, ନୀତି ଏବଂ ନିଷ୍ପତ୍ତି ଅନୁସରଣ କରୁଥିବା ଏବଂ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେଉଥିବା କହିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟର ନୀତି ଏବଂ ଉଦ୍ଦେଶ୍ୟରେ କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଯେଉଁମାନଙ୍କ ଉପରେ ସର୍କୁଲାର, ନୀତି ଏବଂ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଦାୟିତ୍ୱ ଦିଆଯାଇଛି, ସେମାନେ ସେହି ଯୋଜନାଗୁଡ଼ିକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ଆବଶ୍ୟକ। ତେବେ ସେସବୁ କ୍ଷେତ୍ରରେ ସଠିକ ଭାବେ ନୀତି ନିୟମ କାର୍ଯ୍ୟକାରୀ ହୋଇନଥିବା ଖଣ୍ଡପୀଠ କହିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ସମସ୍ତ ପଦକ୍ଷେପ, ଯୋଜନା ଓ ଲାଭ ସେମାନଙ୍କ ନିକଟରେ ପହଞ୍ଚିବ।

ସର୍ବୋଚ୍ଚ ନ୍ୟାୟାଳୟ ଏଥିପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ଯଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ କାର୍ଯ୍ୟକୁ ଶୃଙ୍ଖଳିତ ନ କରନ୍ତି ସେ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ ଗତ ମେ’ ୨୮ରେ ସୁପ୍ରିମକୋର୍ଟ ଶ୍ରମୀକମାନଙ୍କଠାରୁ ଟ୍ରେନ କିମ୍ବା ବସରେ ଯାତ୍ରାପାଇଁ କୌଣସି ଭଡା ଆଦାୟ କରିବେ ନାହିଁ ଏବଂ ଅଟକି ରହିଥିବା ଶ୍ରମିକମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିବେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories