ଆବଶ୍ୟକତା ଠାରୁ ଅଧିକ ବ୍ଲାକ କଫି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
କର୍ମ ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ବହୁ ଲୋକଙ୍କୁ ବାରମ୍ବାର ବ୍ଲାକ କଫି, କଫି, ଚା’ପିଇବାକୁ ପସନ୍ଦ ଓ ଅଭ୍ୟାସ। ଏହାସହ କାମ କରିବା ସମୟରେ ଅନେକ ଲୋକଙ୍କୁ ବହୁବାର ବ୍ଲାକ କଫି ପିଇବା ମଧ୍ୟ ପସନ୍ଦ। ମାତ୍ର ଦିନକୁ ଏହାକୁ ଥରେ କିମ୍ବା ୨ ଥର ହିଁ ପିଇବା ଉଚିତ। ଜାଣନ୍ତୁ ଏହାକୁ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି କ୍ଷତି ହୋଇଥାଏ……
– ଅଧିକ ବ୍ଲାକ କଫି ପିଇବା ଦ୍ୱାରା ମାନସିକ ଉତେଜନା ଜନିତ ହରମୋନ ବୃଦ୍ଧି ପାଇଥାଏ। ଯାଦ୍ୱାରା ଆମକୁ ବ୍ୟସ୍ତବିବ୍ରତ ଲାଗି ଥାଏ।
– ସଠିକ ଭାବେ ନିଦ ହୋଇଥାଏ। ଅନିଦ୍ରା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
– ଶୋଇବା ପୂର୍ବରୁ ବ୍ଲାକ କଫି ଆଦୌ ପିଅନ୍ତୁ ନାହିଁ।
– ଏହାକୁ ଅଧିକ ପିଇବା ଦ୍ୱାରା ଏସିଡ଼ିଟି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
– ଅଧିକ ବ୍ଲାକ କଫି ପିଇବା ଦ୍ୱାରା ଆମେ ଖାଉଥିବା ଖାଦ୍ୟରୁ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ମିଳିପାରିନଥାଏ।
Comments are closed.