www.samajalive.in
Sunday, December 7, 2025
15.1 C
Bhubaneswar

ଓଡିଶାର ୧୦ ସହରରେ ଜିଓମାର୍ଟ ପରୀକ୍ଷାମୂଳକ ସେବା ଆରମ୍ଭ

ଭୂବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଯୁଗାନ୍ତକାରୀ ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟ ର ପରୀକ୍ଷାମୂଳକ ସେବା ଏବେ ଓଡିଶାର ୧୦ ଟି ସହରରେ ଉପଲବ୍ଧ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ରାୟଗଡା ଓ ସେମିଳିଗୁଡା ଭଳି ସହରରେ ଆରମ୍ଭ ହୋଇଛି ଜିଓ ମାର୍ଟ ପରୀକ୍ଷାମୂଳକ ସେବା । ଏହି ସବୁ ସହରର ବାସିନ୍ଦା ଏବେ www.JioMart.com ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ, ଗ୍ରସୋରୀ ଓ ପନିପରିବା ଅର୍ଡର କରି ଘରେ ପାଇପାରିବେ ।

ସୂଚନାଯୋଗ୍ୟ ଯେ ପ୍ରାରମ୍ଭିକ ଭାବେ ମହାରାଷ୍ଟ୍ରର ନଭିମୁମ୍ବାଇ, କଲ୍ୟାଣ ଓ ଥାନେ ସହରରେ ପରୀକ୍ଷାମୂଳକଭାବେ ଆରମ୍ଭ ହୋଇଥିବା ଜିଓମାର୍ଟ ସେବା ମଇ ମାସ ଶେଷ ସୁଦ୍ଧା ଦେଶର ପ୍ରାୟ ୨୦୦ ସହରକୁ ସଂପ୍ରସାରିତ ହୋଇଛି । ଜିଓମାର୍ଟରେ ସବୁ ପ୍ରକାରର ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ବେଳେ ପ୍ରତ୍ୟେକ ସାମଗ୍ରୀର ଏମ୍‌ଆର୍‌ପି ଉପରେ ନିଶ୍ଚିତ ସର୍ବନିମ୍ନ ପାଞ୍ଚ ପ୍ରତଶତରୁ ଆରମ୍ଭ କରି ଅଧିକ ଆକର୍ଷଣୀୟ ରିହାତି ଉପଲବ୍ଧ ହେଉଛି । ଜିଓମାର୍ଟରେ ଅର୍ଡର ପାଇଁ ଉପଲବ୍ଧ ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଓ ଗ୍ରୋସେରୀ ମଧ୍ୟରେ ରହିଛି ତାଜା ଫଳ ଓ ପନିପରିବା, ବିଭିନ୍ନ ଲୋକପ୍ରିୟ ବ୍ରାଣ୍ଡ୍‌ଗଡିକର ପ୍ୟାକେଜ୍‌ଡ ଖ୍ରାଦ୍ୟସାମଗ୍ରୀ, ସ୍ନାକ୍ସ, ଶସ୍ୟ ଜାତୀୟ ଖାଦ୍ୟସାମଗ୍ରୀ, ଗୃହ ଉପକରଣ, ପାନୀୟ ଓ ଦୁଗ୍ଧଜାତ ସାମଗ୍ରୀ, ରୋଷେଇ ଓ ଘର ସଫେଇ ସାମଗ୍ରୀ, ପରିମଳ ଓ ପରିଛନ୍ନତା ସାମଗ୍ରୀ, ପ୍ରସାଧନ ଓ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ, ପୂଜା ସାମଗ୍ରୀ, ଶିଶୁ ଯତ୍ନ ସାମଗ୍ରୀ ଇତ୍ୟାଦି । ଆଗାମୀ ଦିନରେ ଜିଓମାର୍ଟରେ ଆହୁରି ଅନେକ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

- Advertisement -

ଜିଓମାର୍ଟର ପରୀକ୍ଷାମୂଳକ ସେବା ଆରମ୍ଭ ହୋଇଥିବା ଅନେକ ଛୋଟ ସହରରେ ଉପଭୋକ୍ତାମାନେ ଏବା ଅନ୍‌ଲାଇନ୍‌ରେ ସାମଗ୍ରୀ ଅର୍ଡର କରି ଘରେ ପାଇବାର ଅନୁଭୁତି ଲାଭ କରିବା ସହିତ ସୁଲଭ ମୂଲ୍ୟରେ ଓ ସହଜରେ ନିଜ ମନପସନ୍ଦ ସାମଗ୍ରୀ ବାଛି ଅର୍ଡର କରିବାର ସୁଯୋଗ ନେଉଛନ୍ତି ।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଗତ ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଜିଓ ମାର୍ଟ ସମ୍ପର୍କରେ ସୂଚନା ଦେଇ ଏହା ସାରା ଦେଶର ଛୋଟ ଛୋଟ ଦୋକାନୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କୂ ଡିଜିଟାଲ୍ ବ୍ୟବସ୍ଥା ସହିତ ଯୋଡି ବ୍ୟବସାୟ ବୃଦ୍ଧିରେ ସହୟକ ହେବ ବୋଲି କହିଥିଲେ । ଏହି ପ୍ଲାଟଫର୍ମ ଉତ୍ପାଦନକାରୀ, ଚାଷୀ, ବ୍ୟବସାୟୀ, ଛୋଟ ଦୋକନୀ ଓ ଗ୍ରାହକମାନଙ୍କୁ ସଂଯୁକ୍ତ କରିବ ବୋଲି ସେ ପ୍ରକାଶ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories