www.samajalive.in
Monday, December 8, 2025
20.1 C
Bhubaneswar

ତ୍ବଚା ପାଇଁ ଫଳର ମାସ୍କ

ବୟସର ଛାପ ପଡ଼ିଲେ ତ୍ବଚା ରୁକ୍ଷ ହେବା ସହ ଭାଙ୍ଗ ପଡ଼ିବା ଆରମ୍ଭ କରେ। ପାର୍ଲରର ଦାମୀ ଫେସିଆଲ୍ ପରିବର୍ତ୍ତେ ଘରୋଇ ଉପାୟରେ ଏହାର ଚର୍ଚ୍ଚା କରନ୍ତୁ। ଦିନକେଇଟାରେ ଆପଣଙ୍କ ତ୍ବଚାରେ ଏକ ନୂଆ ଚମକ ଅନୁଭବ କରିପାରିବେ।
– ଖରାଦିନେ ବଜାରରେ ଅଙ୍ଗୁରର ପସରା ଦେଖିବାକୁ ମିଳେ। ଅଙ୍ଗୁର ରସ ଦେହ ପାଇଁ ହିତକର ହୋଇଥିବାବେଳେ ତ୍ବଚାର ଯତ୍ନ ମଧ୍ୟ ଏହା ଦ୍ବାରା ନେଇହେବ। ବିଶେଷଜ୍ଞଙ୍କ ମତରେ ଉଭୟ ଅଙ୍ଗୁର ଓ ସେଓରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି। ୧୦-୧୨ଟି ଅଙ୍ଗୁର ଓ ଫାଳେ ସେଓ ନେଇ ଗ୍ରାଇଣ୍ଡିଂ କରିନେବେ। ପରେ ସେହି ପ୍ୟାକ୍‌କୁ ତ୍ବଚାରେ ଲଗାଇ ୩୦ ମିନିଟ୍‌ ପରେ ଧୋଇନେବେ। ସପ୍ତାହରେ ୨-୩ଥର ଏଇ ପ୍ୟାକ୍ ଲଗାନ୍ତୁ। ଫରକ୍ ନିଜେ ହିଁ ଜାଣିପାରିବେ।
– ଆମ୍ବ ଫଳରେ ଭିଟାମିନ୍ସ, ମିନେରାଲ୍ସ, ନ୍ୟୁଟ୍ରିସନ୍ ପର୍ଯ୍ୟାପ୍ତ ପରିମାଣରେ ଥାଏ। ଏହାର ପ୍ୟାକ୍ ମଧ୍ୟ ତ୍ବଚାର ରଙ୍ଗ ସଫା କରିବା ସହ ସନ୍‌‌-ଟ୍ୟାନ୍ ଦୂର କରେ। ଅଧ କପ୍ ଆମ୍ବ ରସରେ ମୁଲତାନି ମାଟି ଓ ବେସନ ମିଶାଇ ପ୍ୟାକ୍ ଭଳି ତ୍ବଚାରେ ଲଗାଇବେ। ପ୍ୟାକ୍ ଶୁଖିବା ପରେ ତ୍ବଚାକୁ ଭଲଭାବେ ଧୋଇନିଅନ୍ତୁ। ସପ୍ତାହକୁ ଥରୁଟିଏ ଏଇ ପ୍ୟାକ୍ ଲଗାଇଲେ ଲାଭ ମିଳେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories