www.samajalive.in
Monday, December 8, 2025
27.1 C
Bhubaneswar

ମନରେଗାରେ ଖୋଳାଯିବ ଲ​‌କ୍ଷେ ପୋଖରୀ; ରାଜ୍ୟରେ ଦୈନିକ ୨୦ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତି ଲକ୍ଷ୍ୟ

ଭୁବନେଶ୍ବର : ଚଳିତ ବର୍ଷ ଏନଆରଇଜିଏସରେ ୨୦ କୋଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଥିବା ବେଳେ ୨ କୋଟି ୩୯ ଲକ୍ଷ ସୃଷ୍ଟି ହୋଇପାରିଛି। କରୋନା ସମୟରେ ଦୈନିକ ୨୦ ଲକ୍ଷ ଶ୍ରମିକଙ୍କୁ ନିୟୋଜିତ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହା ଯେଭଳି ଠିକଣାଭାବେ କାର୍ଯ୍ୟକାରୀ କରାଯିବ, ସେଥିପ୍ରତି ପଦକ୍ଷେପ ନେବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।  ସେହିପରି ଏନଆରଇଜିଏସ ଯୋଜନାରେ ଏକ ଲକ୍ଷ ପୋଖରୀ ଖୋଳିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବୃକ୍ଷରୋପଣ, କୂପ ଖନନ, କୋଠାବାଡି ନିର୍ମାଣ ଆଦିରେ କାର୍ଯ୍ୟଦିବସ ସୃଷ୍ଟି କରାଯିବ।କୁ ଯୋଜନା ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକସେବାଭବନଠାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଣ ନେଇ ଏକ ସମୀକ୍ଷା ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡିଛି ଯେ କଳାହାଣ୍ଡି, ବଲାଙ୍ଗୀର, ବରଗଡ ଓ ନୂଆପଡା ଜିଲାର ୨୦ଟି ବ୍ଲକ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି। ଏସବୁ ଜିଲ୍ଲାରେ ଶ୍ରମିକଙ୍କୁ ଅତିରିକ୍ତଭାବେ ୯୧ ଟଙ୍କା ଅଧିକ ପ୍ରଦାନ କରାଯାଉଛି। ଫଳରେ ସେମାନେ ୨୯୮ଟଙ୍କା ଲେଖାଏଁ ମଜୁରୀ ପାଉଛନ୍ତି। ଏହି ୪ ଜିଲାରେ ଚଳିତମାସ ୪ ତାରିଖ ସୁଦ୍ଧା ଏକ ଲକ୍ଷ ୭୮ହଜାର ଶ୍ରମିକ ନିୟୋଜିତ ହୋଇଥିବା ବେଳେ ୨୧ଲକ୍ଷ ୯୪ ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇଛି।  ମୃତିକା ସଂରକ୍ଷଣ ବିଭାଗ ଜରିଆରେ ୫୨୪୬୫, ଜଙ୍ଗଲ ଓ ପରିବେଶ ବିଭାଗ ଜରିଆରେ ୨୬୫୫୦, ଅନୁସୂଚୀତ ଜାତି ଓ ଜନଜାତି ବିଭାଗରେ ୧୮୮୩୯ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି। ପ୍ରବାସୀ ଫେରନ୍ତାଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଅତି କମରେ ପ୍ରତି ଗ୍ରାମରେ ଦୁଇଟି ଗୋଷ୍ଠୀକାର୍ଯ୍ୟ କରାଯିବ ବୋଲି କୁହାଯାଇଛି। କେଉଁଝର ଜିଲାରେ ଜିଲା ଖଣିଜ ପାଣ୍ଠିରୁ ୯୧ ଟଙ୍କା ଅତିରିକ୍ତ ଟଙ୍କା ଦେଇ ମଜୁରୀ ୨୯୮ଟଙ୍କା ଦେବାକୁ କୁହାଯାଇଛି। ବିଭାଗୀୟ ସଚିବ ଡି କେ ସିଂହ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପ୍ରଭାକାର ପାଟିଲଙ୍କ ସମେତ ଅନ୍ୟ ଅଧିକାରୀ ଆଲୋଚନାରେ ଭାଗ ନେଇଥିଲେ।

- Advertisement -

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories