www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ କେଉଁ ପଶୁପକ୍ଷୀଙ୍କୁ ଭୋଜନ କରାଇବା ଦ୍ୱାରା କି ଶୁଭଫଳ ପ୍ରାପ୍ତି ହୋଇଥାଏ

ହିନ୍ଦୁ ଧର୍ମରେ ବିଭିନ୍ନ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି। ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା ରହିଛି ବୋଲି ମାନ୍ୟତା ରହିଛି। ଗୋ ମାତାଙ୍କ ଠାରେ ବହୁ ଦେବାଦେବୀ ବାସ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଗୋ ମାତାଙ୍କ ସେବା କରି ତାଙ୍କୁ ପବିତ୍ର ବୋଲି କହିଛନ୍ତି। ଜାଣନ୍ତୁ ପଶୁପକ୍ଷୀଙ୍କ ସେବା କରିବା ଦ୍ୱାରା କେଉଁ ସମସ୍ୟା ଦୂର ହୋଇଥାଏ………
୧- ଗୋ ସେବା କରିବା ଦ୍ୱାରା ଜୀବନରେ ବହୁ ସୁଖ ପ୍ରାପ୍ତି ହୋଇଥାଏ। ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ପ୍ରତ୍ୟେକ ଦିନ ଗାଈଙ୍କୁ ରୁଟି ଖୁଆଇବା ଉଚିତ।
୨- ଏପରି ମଧ୍ୟ କୁହାଯାଏ ଯେଉଁ ଭୂମିରେ ଘର ତିଆରି କରାଯାଏ, ସେଠାରେ ପୂର୍ବରୁ ଗୋମାତାଙ୍କୁ ଓ ବାଛୁରୀକୁ ରହିଲେ ସେହି ସ୍ଥାନ ପବିତ୍ର ହୋଇଯାଏ।
୩- କୁକୁରକୁ ପ୍ରତିଦିନ ଖାଇବାକୁ ଦେବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
୪- କାଉଙ୍କୁ ଖାଇବାକୁ ଦେବା ଦ୍ୱାରା ବହୁ ଅନିଷ୍ଟ ଦୂର ହୋଇଥାଏ।
୫ – ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
୬- ମାଛ ଅର୍ଥାତ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ମଧ୍ୟ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
୭- ଘରେ ପିତଳରେ ନିର୍ମିତ ବେଙ୍ଗ ରଖିବା ଦ୍ୱାରା ରୋଗରୁ ରକ୍ଷା ମିଳିଥାଏ।
୮- ଠେକୁଆ ରଖିବା ଦ୍ୱାରା ଘରେ ଥିବା ପିଲାଙ୍କ ପାଇଁ ଏହା ଶୁଭଙ୍କର।
୯- ଗୃହରେ ତମ୍ବାରେ ନିର୍ମିତ କଇଁଛ ରଖିବା ଦ୍ୱାରା ବୈଭବ ପ୍ରାପ୍ତି ହୋଇଥାଏ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories