www.samajalive.in
Monday, December 8, 2025
20.1 C
Bhubaneswar

ଦୁଇ ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଓ କୃଷକମାନଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଜାରି କରାଯାଇଥିବା ଦୁଇଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉତ୍ପାଦ, ବ୍ୟବସାୟ, ବାଣିଜ୍ୟ ପ୍ରୋତ୍ସାହନ ଓ ସୁବିଧା ଅଧ୍ୟାଦେଶ ୨୦୨୦ ଏବଂ ମୂଲ୍ୟ ପ୍ରତିଶ୍ରୁତି ତଥା କୃଷି ସେବା ଉପରେ କୃଷକ ସଶକ୍ତିକରଣ ଓ ସୁରକ୍ଷା ରାଜିନାମା ଅଧ୍ୟାଦେଶ ୨୦୨୦।

କିଛି ଦିନ ତଳେ ଏହି ଦୁଇଟି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେ ଅନୁମୋଦନ କରିଥିଲା। ଏହି ଦୁଇଟି ଅଧ୍ୟାଦେଶ କୃଷକମାନଙ୍କୁ ସେମାନଙ୍କର କୃଷିଜାତ ସାମଗ୍ରୀ ବିକ୍ରୟ ପାଇଁ ମୁକ୍ତ ବ୍ୟବସାୟର ସୁବିଧା ପ୍ରଦାନ ସହିତ ନିଜ ପସନ୍ଦର କ୍ରେତା ଚୟନ କରିବାରେ ସହାୟକ ହେବ। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ଅଧ୍ୟାଦେଶ
ସମ୍ପର୍କରେ ସୂଚନା ଦେବା ସହ ଏହି ସଂସ୍କାରଗୁଡ଼ିକ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବା ଦିଗରେ ସହଯୋଗ କରିବାକୁ କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories