www.samajalive.in
Monday, December 8, 2025
27.1 C
Bhubaneswar

ଅଣସର ପିଣ୍ଡିରେ ମହାପ୍ରଭୁ ; ରତ୍ନ ସିଂହାସନରେ ପଟିଦିଅଁ

ପୁରୀ : ୧୦୮ଗଡୁ ଜଳରେ ସ୍ନାନପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ ନେଇଛନ୍ତି। ଏଥିପାଇଁ ଶନିବାର ଠାରୁ ଆରମ୍ଭ ହୋଇଛି ପଟ୍ଟିଦିଅଁ ପୂଜା। ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ବରୀଙ୍କ ପୂଜା ଆରମ୍ଭ ହୋଇଛି । ପଟ୍ଟିଦିଅଁଙ୍କ ପାଖରେ ମଙ୍ଗଳ ଆଳତି, ଅବକାଶ, ଗୋପାଳ ବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ବଡ଼ସିଂହାରବେଶ ଏବଂ ବଡ଼ସିଂହାର ଭୋଗ ଆଦି ଅନୁଷ୍ଠିତ ହେଉଛି । ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନପରେ ମହାପ୍ରଭୁ ଅସୁସ୍ଥ ହୋଇଛନ୍ତି।

ପରମ୍ପରା ଅନୁଯାୟୀ ଆଜିଠାରୁ ପଟ୍ଟିଦିଅଁ ପୂଜା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଅଣସରଘରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଗୁପ୍ତସେବା କରୁଛନ୍ତି। ସେଠାରେ ପଣା ଓ ଚକଟା ଭୋଗ କରାଯିବ। ଅସୁସ୍ଥତା ଯୋଗୁଁ ପ୍ରଭୁ ଶୁକ୍ଳଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିବେ। ଫୁଲୁରିତେଲ, ଦଶମୂଳ ମହୋଷଧି ଏବଂ ଖଳିଲାଗି କରାଯିବ। ଏହାପରେ ଶ୍ରୀଜୀଉ ସମ୍ପୂର୍ଣ୍ଣ ସୁସ୍ଥହୋଇ ଚକାବିଜେ କରିବେ। ପରେ ରାଜପ୍ରାସାଦ ବିଜେନୀତି ଅନୁଷ୍ଠିତ ହେବ।
ସେବକମାନେ ପ୍ରଭୁଙ୍କ ସୁସ୍ଥହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବେ। ଜୁନ୍ ୨୧ତାରିଖ ଅମାବାସ୍ୟା ତିଥିରେ ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସେଦିନ ସକାଳୁ ପଟ୍ଟିଦିଅଁଙ୍କୁ ସ୍ଥାନାନ୍ତର କରାଯିବ। ୨୩ ତାରିଖରେ ଭାଇଭଉଣୀଙ୍କ ସହ କାଳିଆ ଠାକୁର ଶ୍ରୀଜଗନ୍ନାଥ ନବଦିନବ୍ୟାପୀ ରଥଯାତ୍ରା କରିବେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories