www.samajalive.in
Tuesday, December 9, 2025
16.1 C
Bhubaneswar

କୃଷ୍ଣକାୟଙ୍କ ବିକ୍ଷୋଭକୁ ଓବାମାଙ୍କ ସମର୍ଥନ

ୱାଶିଂଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଣ୍ଣବୈଷମ୍ୟ ପ୍ରତିବାଦରେ ଗତ ୨୫ରୁ ଚାଲିଥିବା ବିକ୍ଷୋଭକୁ ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମା ସମର୍ଥନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନରେ ଯୁବଶକ୍ତି ପରିବର୍ତ୍ତନ ସପକ୍ଷରେ ମତଦାନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ବର୍ଣ୍ଣବୈଷମ୍ୟର କରାଳ ରୂପ ମୁଁ ଅନୁଭବ କରିଛି; ତେଣୁ ୧୯୬୦ ଦଶକ ପୂର୍ବ ସ୍ଥିତିକୁ ଫେରିବା ଚାହୁଁ ନାହିଁ। ଏବେ ପରିବର୍ତ୍ତନର ସମୟ ଆସିଛି ବୋଲି ଓବାମା କହିଛନ୍ତି; ତେବେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ହେବା ଉଚିତ ବୋଲି ସେ କହିଛନ୍ତି। ଏହି ବିକ୍ଷୋଭ ଯଥେଷ୍ଟ ନୁହେଁ; ନିର୍ବାଚନରେ ବିରୋଧ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ ବିକ୍ଷୋଭକାରୀଙ୍କୁ ପରାମର୍ଶ ଦେଇଛନ୍ତି। କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କୁ ସାମାନ୍ୟ ସିଗାରେଟ ବିକ୍ରି ପାଇଁ ନକଲି ବିଲ୍‌ ପ୍ରଦାନ ଅଭିଯୋଗରେ ପୁଲିସ ହାଜତରେ ପିଟିପିଟି ମାରିଦିଆଯିବା ପ୍ରତିବାଦରେ ମିନେପଲିସ ଓ ସେଣ୍ଟ ପଲ୍‌ ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ହିଂସ୍ର ହେବା ସହ ସାରାଦେଶକୁ ବ୍ୟାପିଛି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନାନୁଯାୟୀ, ପୁଲିସ ମାଡ଼ରେ ମୃତ ଫ୍ଲଏଡ କରୋନା ସଂକ୍ରମିତ ଥିଲେ। ଏହା ତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି; ତେବେ ତାଙ୍କ ମୃତ୍ୟୁର ମୁଖ୍ୟ କାରଣ ବେକକୁ ଚାପି ଦିଆଯିବା ବୋଲି ଏଥିରେ ଦର୍ଶାଯାଇଛି। ଅପରପକ୍ଷରେ ଫ୍ଲଏଡଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ମିନେପଲିସ ପୁଲିସର ୪ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ ହେବା ସହ ହତ୍ୟା ମାମଲା ଦାୟର କରାଯାଇଛି। ଏହି ୪ ଅଧିକାରୀ ହେଉଛନ୍ତି ଡେରିକ ଚୌଭିନ୍‌ (ଯେ କି ଫ୍ଲଏଡଙ୍କ ବେକକୁ ଆଣ୍ଠୁରେ ଚାପି ଧରିଥିଲେ), ଜେ. ଆଲେକଜାଣ୍ଡର କୁଏଙ୍ଗ, ଥୋମାସ ଲେନ୍‌ ଓ ଟୋ ଥାଓ। ଡେରିକଙ୍କ ବିରୋଧରେ ଅଧିକ କଡ଼ା ଦଫା (ଦ୍ବିତୀୟ ଡିଗ୍ରୀ ହତ୍ୟା) ଲଗାଯାଇଛି। ଏହାଦ୍ବାରା ତାଙ୍କୁ ଅନ୍ୟୂନ ୪୦ବର୍ଷ କାରାଦଣ୍ଡ ମିଳିପାରେ। ଡେରିକଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଥିବାବେଳେ ବୁଧବାର ତାଙ୍କ ପତ୍ନୀ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି। ଅନ୍ୟ ତିନି ଅଧିକାରୀଙ୍କୁ ପୁଲିସ ହେପାଜତରେ ରଖାଯାଇଛି। ସମସ୍ତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ମିନେପଲିସ ଆଟର୍ଣ୍ଣି ଜେନେରାଲ ତଥା ପୂର୍ବତନ କଂଗ୍ରେସ ସଦସ୍ୟ କେଥ୍‌ ଏଲିସନ୍‌ ପ୍ରତ୍ୟେକଙ୍କ ପିଛା ୧୦ଲକ୍ଷ ଡଲାର ମୂଲ୍ୟରେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି। ଦେଶସାରା ବିକ୍ଷୋଭ ଜାରି ରହିଥିଲେ ମଧ୍ୟ ଏହା ଶାନ୍ତିପୂର୍ଣ୍ଣ ଅଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories