www.samajalive.in
Tuesday, December 9, 2025
17.1 C
Bhubaneswar

ଓପେକ ମହାସଚିବଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଓପେକ ମହାସଚିବ ଡଃ ମହମ୍ମଦ ବାର୍କିଣ୍ଡୋଙ୍କ ସହ ଆଲୋଚନା କରିଛନ୍ତି । କରୋନା ବୈଶ୍ଵିକ ମହାମାରୀ ପରିସ୍ଥିତିରେ ବିଶ୍ଵ ତୈଳ ବଜାରରେ ଅଶୋଧିତ ତୈଳକୁ ନେଇ ଯେଉଁ ପରିସ୍ଥିତି ଉପୁଜିଛି ମୁଖ୍ୟତଃ ତା’ଉପରେ ଆଲୋଚନା କେନ୍ଦ୍ରିଭୁତ ହୋଇଥିଲା। ବିଶ୍ଵରେ ଯେଉଁ ଆର୍ଥିକ ପରିସ୍ଥିତି ଦେଖାଦେଇଛି ତାହାକୁ ସୁଧାରିବା ଲାଗି ତୈଳ ଉତ୍ପାଦନକାରୀ ଓ ଆମଦାନିକାରୀ ଦେଶ ଯେପରି ଦାୟିତ୍ଵ ସମ୍ପନ୍ନ ଭାବେ କାର୍ଯ୍ୟ କରିବେ ତାହା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ଵାରୋପ କରିଛନ୍ତି । ଆର୍ଥିକ ପରିସ୍ଥିତି କ୍ରମଶଃ ସୁଧୁରିବାର ସମ୍ଭାବନା ଥିବାରୁ ତୈଳ କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଘଟିବ। ତେବେ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ଵୟ ରଖିବା ଲାଗି ଶ୍ରୀ ପ୍ରଧାନ କହିଛନ୍ତି । ତୈଳ ବଜାରରେ ସ୍ଥିରତା ରଖିବା ପାଇଁ ସେ ଓପେକକୁ  ନିବେଦନ କରିବା ସହ ଭାରତ ତଥା ବିଶ୍ଵର ଅନ୍ୟାନ୍ୟ ରାଷ୍ଟ୍ରର ତୈଳ ନିରାପତ୍ତା ଲାଗି ବର୍ତ୍ତମାନର ଆହ୍ଵାନମୂଳକ ପରିସ୍ଥିତିରେ ଓପେକ ସହିତ ସମନ୍ଵୟ ରଖିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
୨୦୨୧ ଜୁନ ୧୬ ଏବଂ ୧୭ ତାରିଖ ଦିନ ଭିଏନାରେ ହେବାକୁ ଥିବା ୮ମ ଆନ୍ତର୍ଜାତିକ ଓପେକ ସେମିନାରରେ ଯୋଗଦେବାକୁ ଡଃ ବାର୍କିଣ୍ଡୋ ଶ୍ରୀ ପ୍ରଧାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ଜୁଲାଇ ମାସ ଡିଭିସି ଜରିଆରେ ଭାରତ ଓ ଓପେକ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଉଭୟେ ରାଜି ହୋଇଛନ୍ତି । ଦେଶର ଆର୍ଥିକ କାର୍ଯ୍ୟକଳାପ ସ୍ଵାଭାବିକ କରିବାକୁ ପ୍ରୟାସ କରିବା ସହ ବୈଶ୍ଵିକ ମହାମାରୀର ସଫଳ ପରିଚାଳନା ପାଇଁ ଡଃ ବାର୍କିଣ୍ଡୋ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories