www.samajalive.in
Monday, December 8, 2025
27.1 C
Bhubaneswar

ଥାନା ପରିସରରେ ସ୍ଥାପନ ହେଲେ ‘କରୋନା ମହାଦେବ’; ଚିଚୌଲ ଅଞ୍ଚଳରେ ଜଣେ ବି ନାହାନ୍ତି କରୋନା ସଂକ୍ରମିତ

ଚିଚୌଲି (ମଧ୍ୟପ୍ରଦେଶ): ଶିବଙ୍କର ତ ସହସ୍ର ନାମ । କିଏ କେଉଁ ନାଁରେ ଆରାଧନା କରେ ତାହା କହିବା ଅସମ୍ଭବ । ହେଲେ ମଧ୍ୟପ୍ରଦେଶର ଏକ ଥାନା ପରିସରରେ ମହାଦେବ ମନ୍ଦିରର ନାମ ରଖାଯାଇଛି କରୋନା ମହାଦେବ । ଜଣେ ପୁଲିସ ଅଧିକାରୀ ଏହାକୁ ସ୍ଥାପନ କରିଛନ୍ତି । ଆଉ କରୋନା ମହାଦେବଙ୍କ କୃପାରୁ ଏହି ଅଞ୍ଚଳରେ ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇ ନାହାନ୍ତି ବୋଳି ସଂପୃକ୍ତ ପୁଲିସ ଅଧିକାରୀ ଦାବି କରିଛନ୍ତି । ଏହି ଅଧିକାରୀଙ୍କ ନାମ ଆର୍.ଡ଼ି.ଶର୍ମା । ନିକଟରେ ସେ ପୁଲିସ ଚାକିରିରୁ ନିଲମ୍ବିତ ହୋଇଛନ୍ତି, ମାତ୍ର ଏହାପୂର୍ବରୁ ମନ୍ଦିରରେ ମହାଦେବଙ୍କ ପ୍ରାଣପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା କାମ ସାରି ଦେଇଛନ୍ତି ।

- Advertisement -

ମଧ୍ୟପ୍ରଦେଶର ବେତୁଲା ଜିଲ୍ଲା ମୁଖ୍ୟାଳୟଠାରୁ ୩୫ କିଲୋମିଟର ଦୂରରେ ଥିବା ଚିଚୌଲ ଥାନା। ଏହି ଥାନା ପରିସରରେ ଦୀର୍ଘଦିନରୁ ଏକ ମନ୍ଦିର ନିର୍ମାଣ ହୋଇଥିଲା । କେତେବେଳେ କିଏ ସେଠାକୁ ଯାଉଥିଲେ ତ କେହି ଯାଉ ନ ଥିଲେ । ଥାନା ଅଧିକାରୀ ଆରଡ଼ି ଶର୍ମା ଏହି ମନ୍ଦିରର ପୁନରୁଦ୍ଧାର ନିମନ୍ତେ ବିଭିନ୍ନ ଲୋକଙ୍କଠାରୁ ସହାୟତା ଲୋଡ଼ିଥିଲେ ।  ମାତ୍ର ବିଶେଷ କିଛି ଅଗ୍ରଗତି ହୋଇ ନ ଥିଲା । ଶର୍ମା ବି ହାରିଯିବାର ଲୋକ ନୁହନ୍ତି । ମନକୁ ଦୃଢ଼ କରି ସେ କରୋନା ମହାଦେବ ମନ୍ଦିରର ପୁନରୁଦ୍ଧାର ନିମନ୍ତେ ଲାଗି ପଡ଼ିଥିଲେ ।

ମନ୍ଦିରରେ ନୂଆ ମୂର୍ତି ସ୍ଥାପନ ସହ ସାମ୍ନାରେ ଟାଇଲ ଲଗାଇଛନ୍ତି ଥାନା ଅଧିକାରୀ । ସେହିପରି ପୂଜାପୂଜି ନିମନ୍ତେ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଲକଡାଉନ ଚାଲିଥିବାରୁ ମନ୍ଦିର ଭିତରେ ଅଧିକ ଲୋକଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଉନାହିଁ । ଜଣେ କି ଦୁଇ ଜଣ ଲୋକ ଏଠାରେ ପୂଜା କରିବାକୁ ପହଞ୍ଚୁଛନ୍ତି । ବିରଜିତ ମହାକାଳଙ୍କ ଯୋଗୁଁ ଅଞ୍ଚଳରେ କୌଣସି କରୋନା ପଜିଟିଭ୍ ମାମଲା ସାମନାକୁ ଆସିନାହିଁ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ବାସ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories