www.samajalive.in
Tuesday, December 9, 2025
16.1 C
Bhubaneswar

ଅମ୍ପନ୍‍ କ୍ଷୟକ୍ଷତି ଆକଳନ : କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଗସ୍ତରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଅମ୍ପନ୍‍ ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି।
ଦୁଇଟି ଦଳରେ ବିଭକ୍ତ ହୋଇ ଏହି ଦଳ ଗୁରୁବାର କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଗସ୍ତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ଏସ୍‍.କେ. ପ୍ରଧାନ, ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏମ୍‍.ଆର୍‍.ଏଲ୍‍.କେ. ପ୍ରସାଦ ଓ ମିଶନ ଜଳଶକ୍ତିର ଅଧିକ୍ଷଣ ଯନ୍ତ୍ରୀ ଅମରିଶପାଲ ସିଂହ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଜିଲ୍ଲାପାଳ ଓ ବିଭିନ୍ନ ଅଧିକାରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି।  କେନ୍ଦ୍ରାପଡା ଜରୁରୀକାଳୀନ ଅଧିକାରୀ ସମ୍ବିତ୍‍ ଶତପଥୀ ଜିଲ୍ଲାରେ ବିଭିନ୍ନ କ୍ଷୟକ୍ଷତି ସଂପର୍କରେ କେନ୍ଦ୍ରୀୟ ଦଳକୁ ଅବଗତ କରାଇବା ସହ ସେମାନଙ୍କ ସାଙ୍ଗରେ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାରେ ୫ଜଣିଆ କେନ୍ଦ୍ରୀୟ ଟିମ୍‍ ପହଞ୍ଚି ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ଚାଷୀମାନଙ୍କ ସହ ଆଲୋଚନା
କରିଛନ୍ତି। ଗସ୍ତରୁ ଫେରିବା ପରେ କେନ୍ଦ୍ରୀୟ ଟିମ୍‍ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଏହି ଟିମ୍‍ ଆସନ୍ତାକାଲି ଜଗତ୍‍ସିଂହପୁର ଓ ଭଦ୍ରକ  ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସି ଅଗ୍ରୀମ ୫ଶହକୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ଓ ଘୋଷଣାର  ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଏହି ଅର୍ଥ ମିଳିଥିଲା। ଖୁବ୍‍ଶୀଘ୍ର କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‍ ଆସିବା ସଂପର୍କରେ ସେ ସୂଚନା ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories