ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଥାନା ଅନ୍ତର୍ଗତ କୋଲଥିଆରେ ମହିଳାଙ୍କ ଅଭାବନୀୟ କାଣ୍ଡ। ମହିଳା ଜଣଙ୍କ ପଡୋଶୀଙ୍କ ୫ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଶୁଶୁଟିର ହତ୍ୟାପରେ ମହିଳା ଜଣଙ୍କ ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଏମସରେ ଭର୍ତ୍ତି କରିଛନ୍ତି। ଏଭଳି ଅଭାବନୀୟ ଘଟଣା ମହିଳା ଜଣଙ୍କ କାହିଁକି ଘଟାଇଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।
ଶିଶୁକୁ ତଣ୍ଟି ଚିପି ହତ୍ୟାପରେ ମହିଳାଙ୍କ ଆତ୍ମହତ୍ୟ ଉଦ୍ୟମ !
Popular Categories



