www.samajalive.in
Tuesday, December 9, 2025
17.1 C
Bhubaneswar

ନିଆରା ଢ଼ଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା କଂଗ୍ରେସ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ପରିସରରେ ମହାମାରୀ କରୋନାକୁ ପ୍ରତିହତ କରିବା ନିମନ୍ତେ କାର୍ଯ୍ୟରତ ସମସ୍ତ ବର୍ଗର ଭାଇ ଓ ଭଉଣୀମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ। ଆପଣମାନଙ୍କର ନିରନ୍ତର ସାଧୁ ଉଦ୍ୟମକୁ ଆହୁରି ଊତ୍ସାହିତ କରିବା ଉଦେଶ୍ୟରେ ଦଳ ତରଫରୁ ସଂଧ୍ୟା ୫ ଘଟିକା ସମୟରେ ଜାତୀୟ ସଂଗୀତ “ଜନଗଣମନ”, ଓ ୫ ଘଟିକା ୩୦ମି.ରେ ବନ୍ଦେ ଉତ୍କଳ ଜନନୀ ସମେତ ଦେଶାତ୍ମବୋଧକ ସଂଗୀତ ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ଆଦି ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା, ପରିଚାଳନାଗତ ତ୍ରୁଟି ଓ ଅଦୂରଦର୍ଶିତା ଯୋଗୁଁ ଉତ୍କଳ ମାତାର ଲକ୍ଷ ଲକ୍ଷ ସନ୍ତାନ ପ୍ରବାସରେ ଅସହ୍ୟ ଯନ୍ତ୍ରଣାରେ ଆଜି ବି ଛଟପଟ ହେଉଛନ୍ତି। କିଏ ଆସୁ ଆସୁ ବସ ଦୁର୍ଘଟଣାରେ ତ କିଏ ରେଳଲାଇନରେ ଅବା ଚାଲିଚାଲି ଆସୁଥିବାବେଳେ ଦୟନୀୟ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଦିବଂଗତ ଆତ୍ମାର ସଦଗତି କାମନା ପାଇଁ ୨ ମିନିଟର ନିରବ ପାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ,ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା ସଙ୍ଗୀତଜ୍ଞ ଆଶା ଆଲୋକ ବାରିକ ଓ ପ୍ରଭାସିନୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ପ୍ରାକ୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ,ବିଜୟଲକ୍ଷ୍ମୀ ସାହୁ, ଆଇନଜୀବୀ ଶିବାନନ୍ଦ ରାୟ , ଶୁଭେନ୍ଦୁ ମହାନ୍ତି , ରଶ୍ମି ମହାପାତ୍ର , ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟ ପ୍ରକାଶ ନାୟକ, ମନୋରଞ୍ଜନ ଦାଶ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାଶ, ପଦ୍ମାକର ଗୁରୁ, ଜ୍ଞାନଦେବ ବେଉରା, ଅଭିଷେକ ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ। ଜଟଣୀର ମାନନୀୟ ବିଧାୟକ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories