www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ଲକଡାଉନ୍ ୫.୦ରେ କ’ଣ ଖୋଲିବ, କ’ଣ ବନ୍ଦ ରହିବ ?

ନୂଆଦିଲ୍ଲୀ : ଲକଡାଉନ୍ ୫.୦ ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ଶନିବାର ଦିନ ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀରେ କଣ୍ଟେନମେଣ୍ଟ ଜୋନରେ କଠୋର କାର୍ଯ୍ୟକାରିତା ଧାର୍ଯ୍ୟ କରାଯାଇଛି। ଲକଡାଉନ୍ ୫.୦ ଜୁନ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାର ଏହାକୁ ଲକଡାଉନ୍ ପରିବର୍ତ୍ତେ ଅନଲକ୍-୧ ବୋଲି କହିଛନ୍ତି। ସାଧାରଣ ଜନଜୀବନକୁ ପୂର୍ବଭଳି ଫେରାଇ ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ରାତିରେ କର୍ଫ୍ୟୁ ଜାରି ରହିବ, ଜରୁରୀ ଜିନିଷ ପାଇଁ କର୍ଫ୍ୟୁ ରହିବ ନାହିଁ। ରାତି ୯ ଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରହିଥିଲା।
ଜାଣନ୍ତୁ ଅନଲକ୍-୧ ରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ହେବ…………
– ୮ ଜୁନ୍ ଠାରୁ ଧାର୍ମିକ ସ୍ଥାନ, ହୋଟେଲ, ସେଲୁନ୍, ରେଷ୍ଟୁରାଣ୍ଟକୁ ସର୍ତ୍ତ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।
– ମଲ୍ ଗୁଡିକ ମଧ୍ୟ ପର୍ଯ୍ୟାୟକ୍ରମେ ଖୋଲାଯିବ, ଯେଉଁଥି ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା SOP ଜାରି କରାଯିବ।
– ଆନ୍ତଃ ରାଜ୍ୟ ପରିବହନ ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ, ଚାହିଁଲେ ରାଜ୍ୟ ଏହି ପରିବହନକୁ ନିୟନ୍ତ୍ରଣ କରିପାରିବ।
– ବିଦ୍ୟାଳୟ-କଲେଜ ଏବଂ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ପରେ ନିଷ୍ପତ୍ତି ନେବେ।
– ବିବାହ ଏବଂ ଅନ୍ତିମ ସଂସ୍କାରରେ ପୂର୍ବ ନିୟମ ବଳବତ୍ତର ରହିବ |
– ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା, ଅସୁସ୍ଥ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ପିଲାମାନଙ୍କୁ ଘରେ ରହିବା ପାଇଁ ଉପଦେଶ ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories