www.samajalive.in
Sunday, December 7, 2025
15.1 C
Bhubaneswar

ମୋଦୀ କୂଟନୀତି: ବିବାଦୀୟ ନକ୍ସା ଫେରାଇନେଲା ନେପାଳ, ଡ଼୍ରାଗନ ମୁହଁରେ ଶାନ୍ତିର ଭାଷା

ନୂଆଦିଲ୍ଲୀ: କରୋନା ସଙ୍କଟରେ ବିଶ୍ବ ଲଢ଼େଇ ଚାଲିଥିବାବେଳେ ଭାରତ ଉତ୍ତର ସୀମାନ୍ତରେ ଚୀନ୍ ଓ ନେପାଳକୁ ନେଇ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ କିଛି ପରିମାଣରେ ଶାନ୍ତ ପଡ଼ିଛି । ଦିନକ ତଳେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ରହିବାକୁ ଚୀନ ରାଷ୍ଟ୍ରପତି ସେନାକୁ ଆହ୍ବାନ ଦେଇଥିବାବେଳେ  ଆଜି ଡ଼୍ରାଗନ ଦେଇଛି ଶାନ୍ତି ସନ୍ଦେଶ ଆଉ ନେପାଳ ବିବାଦୀୟ ସୀମା ବିଲ୍ ବିଧେୟକ ଫେରାଇ ନେଇଛି । ଏହି ବିଧେୟକ ନେପାଳ ସଂସଦରେ ଉପସ୍ଥାପିତ ହୋଇନାହିଁ ।

- Advertisement -

ପୂର୍ବି ଲଦାଖରେ ନିୟନ୍ତ୍ରଣ ରେଖାରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ନେଇ ଚିନ୍ତିତ ଥିଲା ଭାରତ । ପ୍ରଧାନମନ୍ତ୍ରୀ ନିଜେ ପ୍ରତିରକ୍ଷା ମନ୍ତ୍ରୀ ଓ ସେନା ପ୍ରମୁଖଙ୍କ ସହ ଜରୁରୀ ବୈଠକ ଡ଼ାକିଥିଲେ । ସେପଟେ ଚୀନ୍ ରାଷ୍ଟ୍ରପତି ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ସେନାକୁ ଆହ୍ବାନ ଦେଇଥିଲେ । ଏପରି ସ୍ଥିତିରେ ଚୀନ-ଭାରତ ଯୁଦ୍ଧ ଆଡ଼କୁ ମୁହାଁଉଥିବା ନେଇ ଏକ ବାର୍ତା ବିଶ୍ବ ସମୁଦାୟକୁ ଯାଇଥିଲା ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏ କ୍ଷେତ୍ରରେ ମଧ୍ୟସ୍ଥତା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ମାତ୍ର ଆଜି ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ଆଲୋଚନା ମାଧ୍ୟମରେ ମତ ପାର୍ଥକ୍ୟ ଦୂର ପାଇଁ ପ୍ରସ୍ତାବ ଦେଇଛନ୍ତି । ଭାରତୀୟ ହାତୀ-ଚୀନା ଡ଼୍ରାଗନ ଏକାସାଙ୍ଗରେ ନାଚି ପାରିବେ ବୋଲି କହିଛନ୍ତି । ନିଃସନ୍ଦେହରେ ଭାରତଠାରୁ ଚୀନର ସେନାବାହିନୀ ଶକ୍ତିଶାଳୀ । ଭାରତର ସୈନ୍ୟସଂଖ୍ୟା ୧୩ ଲକ୍ଷ ହୋଇଥିବାବେଳେ ଚୀନ ସେନା ସଂଖ୍ୟା ୨୩ ଲକ୍ଷରୁ ଅଧିକ । ସେହିପରି ଭାରତର ପ୍ରତିରକ୍ଷା ବଜେଟଠାରୁ ଚୀନ ପ୍ରତିରକ୍ଷା ବଜେଟ ୩ ଗୁଣ ଅଧିକ । ବିମାନ, ହେଲିକପ୍ଟର, ଯୁଦ୍ଧପୋତ, ରକେଟ, ଟ୍ୟାଙ୍କ ସବୁ କ୍ଷେତ୍ରରେ ଚୀନ ଭାରତଠାରୁ ଅଧିକ । ଏପରି କ୍ଷେତ୍ରରେ ଯୁଦ୍ଧ ଭାରତ ପାଇଁ କ୍ଷତିକାରକ ହୋଇଥାଆନ୍ତା ।

ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ କୂଟନୀତି ଏବଂ ଆନ୍ତର୍ଜାତିକ ସମ୍ପର୍କ ଚୀନକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଛି । ଭାରତ ସହ ଚୀନ, ଇସ୍ରାଏଲ୍, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରର ଦୃଢ଼ ସମ୍ପର୍କ ସାଙ୍ଗକୁ କରୋନା ଯୋଗୁଁ ନିନ୍ଦିତ ଚୀନ ବର୍ତମାନ ସ୍ଥିତିରେ ଭାରତ ସହ କୌଣସି ଦ୍ବନ୍ଦ୍ବ କରିବାକୁ ଚାହୁଁନାହିଁ । ଏହା ସହ ତାଇୱାନ, ହଂକଂ, ଫିଲପାଇନ୍ସ ରାଜନୀତିରେ ଚୀନର ଦଖଲ ଅନ୍ଦାଜକୁ ଭାରତ ବେଶ୍ ପଢ଼ି ପାରିଛି । ଚୀନ ସାଗରରେ ଚୀନ ସରକାରଙ୍କ ପକ୍ଷରୁ କରାଯାଉଥିବା ହରକତ ଉପରେ ମଧ୍ୟ ଭାରତ ନଜର ରଖିଛି । ତାଇୱାନ ସରକାରଙ୍କ ଶପଥଗ୍ରହଣ ଉତ୍ସବରେ ବିଜେପିର ଦୁଇ ସାଂସଦ ଯୋଗଦେବା ପରେ ଚୀନ ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇଥିବା ଅନୁମାନ କରାଯାଉଛି ।

 

ଏହି ପରିପ୍ରେକ୍ଷୀରେ ଭାରତରେ ଚୀନର ରାଷ୍ଟ୍ରଦୂତ ସନ ଓ୍ଵିଡୋଙ୍ଗ କନଫେଡେରେସନ ଅଫ ୟଙ୍ଗ ଲିଡର୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ଓ ଚୀନର ସଂପର୍କକୁ ପ୍ରଗାଢ କରିବା ଉପରେ ଜୋର୍‌ ଦେଇଛନ୍ତି। ସେ କହିଛନ୍ତି, ଆମେ କେବେ ବି ନିଜର ମତଭେଦକୁ ଆମର ସଂପର୍କ ଉପରେ ଭାରି ହେବାକୁ ଦେବୁ ନାହିଁ। ଆଲୋଚନା ମାଧ୍ୟମରେ ମତଭେଦକୁ ଦୂର କରିବା ଉଚିତ୍।  ଆମ ଉପରେ ଦୁଇ ଦେଶର ସଂପର୍କକୁ ଅଧିକ ସୁଦୃଢ କରିବାର ଦାୟିତ୍ଵ ରହିଛି।

ଅନ୍ୟପକ୍ଷରେ  ଭାରତର ଦୁଇ ଅଞ୍ଚଳକୁ ନିଜର ବୋଲି ଦାବି କରି ନୂଆ ନକ୍ସା ପ୍ରସ୍ତୁତ କରିବା ଏବଂ ଏହାକୁ ନେଇ ଯୁଦ୍ଧ ଧମକ ଦେଇଥିବା ନେପାଳ ମଧ୍ୟ ବୁଧବାର ନରମ ପଡ଼ିଛି ।  ନେପାଳରେ ନକ୍ସା ବିବାଦରେ ପ୍ରମୁଖ ବିରୋଧୀ ପାର୍ଟି ନେପାଳି କଂଗ୍ରେସର ଆଭିମୁଖ୍ୟ ଦେଖି ପ୍ରଧାନମନ୍ତ୍ରୀଙ୍କୁ ନିଜକୁ ପଛଘୁଞ୍ଚା ଦେବାକୁ ପଡିଛି। ନେପାଳ ବୁଧବାର ନିଜର ଏହି ବିବାଦୀୟ ନକ୍ସା ପ୍ରସଙ୍ଗକୁ ନେଇ ଚୁପ୍ ରହିଛି । ସଂସଦରେ ଏହାକୁ ଆଗତ କରାଯିବାର ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହାକୁ ବାତିଲ କରାଯାଇଛି । ନେପାଳ ସରକାର ସଂସଦରେ ମେ ୨୨ରେ ନୂତନ ନକ୍ସାର ସଂଶୋଧନ ଲାଗି ପ୍ରସ୍ତାବ ଦେଇଥିଲା। ଏହା ପୂର୍ବରୁ ମେ ୧୮ରେ ନେପାଳ ସରକାର କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରକୁ ନିଜର କ୍ଷେତ୍ର ଦର୍ଶାଇ ନୂତନ ନକ୍ସା ଜାରି କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories