www.samajalive.in
Sunday, December 7, 2025
15.1 C
Bhubaneswar

ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ  

ପାଟଣାଗଡ : ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମରେ ମାଛ ମାରିବାକୁ ବିଦ୍ୟୁତ ଲାଇନ ସଂଯୋଗ କରାଯାଇଥିବା ହେତୁ ସେଥିରେ ଜନୈକ ଟଙ୍କଧର ବରିହା(୬୦)ଙ୍କ ଗତ ୯ ତାରିଖ ଦିନ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଅଭିଯୁକ୍ତ ରସିକ ମେହେର(୪୬)ଙ୍କୁ ଗିରଫ କରି ଲରମ୍ଭା ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ପ୍ରକାଶ ଯେ, ଗତ ୯ ତାରିଖ ଦିନ ଗାଁ ନିକଟ ଏକ ଗାଡିଆରେ ନିଜର ବାପା ଟଙ୍କଧର ବରିହା(୬୦) ମରିପଡିଥିବା ନେଇ ଜୁରିଆ ଗ୍ରାମର ଚୈତନ୍ୟ ବରିହା ଲରମ୍ଭା ପୁଲିସକୁ ଜଣାଇଥିଲା। ଏ ସଂକ୍ରାନ୍ତରେ ଲରମ୍ଭା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ତଦନ୍ତ ପରେ ମାଛ ମାରିବାକୁ ଉକ୍ତ ଗାଡିଆରେ ଲଗାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଟଙ୍କଧରଙ୍କ ମୃତ୍ୟୁ ଘଟିଥିବା ପୁଲିସ ଜାଣିବାକୁ ପାଇବା ସହ ଘଟଣାର ମୁଖ୍ୟ  ଅଭିଯୁକ୍ତ ରସିକ ମେହେରଙ୍କୁ ଖୋଜୁଥିଲା। ଗତକାଲି ରସିକ ମେହେର(୪୬)ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories