www.samajalive.in
Monday, December 8, 2025
27.1 C
Bhubaneswar

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଏକାଦଶାହ ଉପଲକ୍ଷେ ‘ଦୀପଦାନ’ ଓ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର : ଓଡ଼ିଶା ସେଣ୍ଟର ଅଫ୍‌ ମହାବୋଦ୍ଧି ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ତଥା କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ ସ୍ୱର୍ଗତ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଏକାଦଶାହ ଉପଲକ୍ଷେ ବୁଦ୍ଧ ମନ୍ଦିରରେ ଏକ ‘ଦୀପଦାନ’ ଏବଂ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମହାବୋଦ୍ଧି ସୋସାଇଟିର ବରିଷ୍ଠ ସଦସ୍ୟ ତଥା କଳିଙ୍ଗ ଫାଉଣ୍ଡେସନର ଟ୍ରଷ୍ଟି ବିମଲ ଦାସଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ସଦସ୍ୟ ଡ.ବିମାଳେନ୍ଦୁ ମହାନ୍ତି, ନରେନ୍ଦ୍ର କୁମାର ମିଶ୍ର, ନମ୍ରତା ଚଢା, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ନବୀନ ଚନ୍ଦ୍ର ସାହୁ, ଡ.ସୌରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନ ସବୁ ବର୍ଷ ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧ ମନ୍ଦିରରେ ପାଳିତ ହୋଇଆସୁଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories