www.samajalive.in
Monday, December 8, 2025
17.1 C
Bhubaneswar

ଅନ୍ ଲାଇନ ମଦ ବେପାର: ନାଁ ନାଁ କରି ହଁ ଭରିଲେ ମଦ ଦୋକାନୀ ସଂଘ; କାଲିଠାରୁ ହୋମ୍ ଡ଼େଲିଭରି

କଟକ: ଶେଷରେ ଅନ୍ ଲାଇନରେ ମଦ ବିକ୍ରି ନିମନ୍ତେ ରାଜି ହୋଇଛି କଟକ ଜିଲା ମଦ ଦୋକାନୀ ସଂଘ । ରାତିରେ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି । ଆସନ୍ତାକାଲିଠାରୁ ଅନଲାଇନ୍ ମଦ କାରବାର ହେବ ଏବଂ ଦୋକାନ ସମ୍ମୁଖରେ ପୁଲିସ ମୁତୟନ ରହିବେ ବୋଲି ସୂଚନା ମିଳିଛି ।

ଅନ୍ ଲାଇନ ମଦ କାରବାର ପାଇଁ ସରକାର ଅନୁମତି ଦେଲେ । ରବିବାର ନାଁ ଦୋକାନ ଖୋଲିଲା ନା ଗରାଖ ମଦ ପାଇଲେ । ସରକାର ସିନା ଅନ୍ ଲାଇନ୍ ମଦ କାରବାର ପାଇଁ ରାଜି, ହେଲେ ଦୋକାନୀ ଅରାଜି । ଅନ୍ ଲାଇନ୍ ସହ ଦୋକାନରେ ବି ମଦ ବିକ୍ରି ଅନୁମତି ପାଇଁ ଅଡ଼ି ବସିଛନ୍ତି ବ୍ୟବସାୟୀ । ଅନ୍ ଲାଇନ ମଦବିକିଲେ ଏମଜିକ୍ୟୁ କୋଟା ପୂରଣ ହେବ ନାହିଁ ଓ ସେଥିପାଇଁ ଜୋରିମାନା ଦେବାକୁ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଗଲା ।

- Advertisement -

ଅନ୍ ଲାଇନ୍ ଖାଦ୍ୟ ଯୋଗାଣ କରୁଥିବା ସ୍ବିଗୀ ଓ ଜମାଟୋ ପରି ସଂସ୍ଥାକୁ ମଦ ଯୋଗାଣ ନିମନ୍ତେ ଅନୁମତି ମିଳିଛି । ଦୋକାନୀ ମଧ୍ୟ ନିଜ ପିଲାଙ୍କ ଜରିଆରେ ଅନ୍ ଲାଇନ୍ ଡ଼େଲିଭରୀ ଦେବାକୁ ସରକାର କହିଥିଲେ ।  ମାତ୍ର ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ତ ଚିନ୍ତା ରହିଛି ତା ସାଙ୍ଗକୁ ଏତେ ଡ଼େଲିଭରି ବୟ ରଖିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ଦିନରେ ଗୋଟିଏ ଦୋକାନକୁ ଶହଶହ ଗ୍ରାହକଙ୍କ ମଦ ଚାହିଦା ପୂରଣ କରିବା ଅସମ୍ଭବ ବୋଲି ସଂଘ ମଦର ହୋମ୍ ଡ଼େଲିଭରି ନିମନ୍ତେ ଅରାଜି ହୋଇଥିଲା। ସେହିପରି  ଜଣେ ହୋମ୍‌ ଡେଲିଭରି ବୟ ଅଢ଼େଇ ଲିଟରରୁ ଅଧିକ ମଦ ନେଇ ଯାଇପାରିବ ନାହିଁ । ତେଣୁ ଏକ ସଙ୍ଗେ ସେ ଏକାଧିକ ଅର୍ଡର ନେଇ ଡେଲିଭରି କରିପାରିବ ନାହିଁ । ଫଳରେ ଦୋକାନୀଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ ।

ଅନ୍ୟପଟେ ପିଲା ଯଦି ମଦ ନେଇ ଗଲା ବେଳେ ବାଟରେ କେହି ଛଡ଼ାଇ ନିଅନ୍ତି ବା ଗ୍ରାହକ ମଦ ନେଇ ପଇସା ନ ଦେଲେ କିଏ ଦାୟୀ ରହିବ । ତା ସାଙ୍ଗକୁ ପୁଲିସ ଭୟ । ତେଣୁ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦିଅନ୍ତୁ, ସାମାଜିକ ଦୂରତ୍ବ ଅନୁପାଳନ କରିବା ଦାୟିତ୍ବ ସେମାନଙ୍କର ବୋଲି ମଦ ଦୋକାନୀ ସଂଘ କହିଥିଲା । ମାତ୍ର ଶେଷରେ ଅନ୍ ଲାଇନ୍ କାରବାର ପାଇଁ ଦୋକାନୀ ସଂଘ ରାଜି ହୋଇଥିବା ସୂଚନା ମିଳିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories