www.samajalive.in
Tuesday, December 9, 2025
15.1 C
Bhubaneswar

ଅନଲାଇନରେ ମିଳିବ ମଦ: ଦେବାକୁ ପଡ଼ିବ ୧୦% ସର୍ଭିସ ଚାର୍ଜ

ଭୁବନେଶ୍ବର: ମଦପାଇଁ ଲୋକେ ପାଗଳ । ଲକ୍ଡ଼ାଉନ ସମୟରେ ଚୋରାରେ ମଦ କିଣୁଛନ୍ତି ଲୋକେ । କେଉଁଠି ଭ୍ରାମ୍ୟମାଣ ଗାଡ଼ି ତ କେଉଁଠି ବହି ଦୋକାନରେ ବିକ୍ରି ହେଉଛି ଚୋରା ମଦ । ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିଥିଲେ ବି ଓଡ଼ିଶାରେ ଏଥିପାଇଁ ଅନୁମତି ଦିଆଯାଇ ନାହିଁ । ଏହି ସ୍ଥିତିରେ କିଛି ମଦ ଦୋକାନୀ ଅନଲାଇନ ମଦ ଯୋଗାଇବା ପାଇଁ ବିିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ମଦର ହୋମ୍ ଡ଼େଲିଭରୀ କରାଯିବାକୁ ଯୋଜନା ଆରମ୍ଭ ହୋଇଛି ।

ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ  ଅନ୍‌ଲାଇନ୍‌ରେ ମଦ ବିକ୍ରି ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ହୋଇଛି ।   ଦୋକାନ ନଖୋଲି ବେପାରକୁ ଅନ୍‌ଲାଇନ୍‌ ଯୋଗେ ମଦର ହୋମ୍ ଡ଼େଲିଭରି ନିମନ୍ତେ ଖୁବ୍ ଶୀଘ୍ର ନିର୍ଦେଶ ପ୍ରକାଶ ପାଇବାର ସମ୍ଭାବନା ଅଛି । ଏ ସମ୍ପର୍କରେ ଉଚ୍ଚସ୍ତରୀୟ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଜଣାପଡ଼ିଛି ଯେ ନୂତନ ବ୍ୟବସ୍ଥା ଅନୁସାରେ  ଗ୍ରାହକମାନେ ମଧ୍ୟ ରାଜ୍ୟ ପାନୀୟ ନିଗମ ‌ ୱେବ୍‌ସାଇଟ୍‌ରୁ ତଥ୍ୟ ନେଇ ମଦ କୋକାନୀଙ୍କ ସହ ଫୋନ୍‌ରେ କଥା ହୋଇ ଅର୍ଡର କରିବେ । ଅର୍ଡର ବେଳେ ନିଜର ମୋବାଇଲ୍‌ ନମ୍ୱର, ଆଧାର ନମ୍ୱର ଦେବା ବାଧ୍ୟତାମୂଳକ । ଅର୍ଡର ପାଇବା ପରେ ଦୋକାନୀ ବା ଯୋଗାଣକାରୀ ଗ୍ରାହକଙ୍କ ସମସ୍ତ ତଥ୍ୟ ରେଜିଷ୍ଟରରେ ଲେଖି ମଦ ପଠାଇବା ବ୍ୟବସ୍ଥା କରିବେ ।

- Advertisement -

ଜଣେ ଗ୍ରାହକ ଥରକରେ ଅତିବେଶୀରେ ଅଢ଼େଇ ଲିଟର ଆଇଏମ୍ଏଫ୍ଏଲ୍ (ଭାରତ ତିଆରି ବିଦେଶୀ ମଦ) ବା ଏଫ୍ଏଲ୍ (ବିଦେଶୀ ମଦ)  ପାଇଁ ଅର୍ଡର ଦେଇପାରିବେ । ସେହିପରି ଥରକରେ ଜଣେ ଗ୍ରାହକ ୫ ଲିଟର ପର୍ଯ୍ୟନ୍ତ ବିୟର ଅର୍ଡ଼ର ଦେଇ ପାରିବେ ।  ଦୋକାନୀ ଡେଲିଭରି ବୟ ରଖି ମଦ ହୋମ୍‌ ଡେଲିଭରି କରିପାରିବେ କିମ୍ବା ବିଭିନ୍ନ ଅନଲାଇନ୍ ସାମଗ୍ରୀ ଯୋଗାଉଥିବା ସଂସ୍ଥା ଜରିଆରେ ମଦ ଯୋଗାଇ ପାରିବେ । ତେବେ ମଦ ଯୋଗାଇବା ସମୟରେ ସାମାଜିକ ଦୂରତ୍ବ, ମାସ୍କ ଓ ଗ୍ଲୋଭ୍ସ ପିନ୍ଧିବା ପରି କେତେକ ଜରୁରୀ ନିର୍ଦେଶକୁ ଅନୁପାଳନ କରିବାକୁ ପଡ଼ିବ ।  ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍‌ରେ ଅର୍ଡର ନିଆଯିବ ଓ ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି ଦିଆଯିବ। ଜଣେ ଗ୍ରାହକଙ୍କୁ ଥରକରେ ଅନ୍ୟୂନ ୫୦୦ ଟଙ୍କାର ମଦ ବରାଦ କରିବାକୁ ପଡ଼ିବ । ତେବେ ଏଥିପାଇଁ ଗ୍ରାହକଙ୍କୁ ୧୦% ସର୍ଭିସ ଚାର୍ଜ ଦେବାକୁ ପଡ଼ିବ । ଯେତେ ଟଙ୍କାର ମଦ କିଣିବେ ତାହାର ୧୦% ସର୍ଭିସ ଚାର୍ଜ ଅଧିକ ଦେବାକୁ ପଡ଼ିବ । ଏଥିପାଇଁ ମଦର ମୂଲ୍ୟ ଅନୁସାରେ ସର୍ଭିସ ଚାର୍ଜ (ସେବା ଦେୟ) ୫୦ ଟଙ୍କା, ୧୦୦ଟଙ୍କା, ୧୨୫ ଟଙ୍କା, ୧୫୦ ଟଙ୍କା, ୧୭୫ ଟଙ୍କା, ୨୦୦ଟଙ୍କା, ୨୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଜମାଟୋ, ସ୍ବିଗି ପରି  ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଅବକାରୀ ବିଭାଗଠାରୁ ଉପଯୁକ୍ତ ଫୋରମ୍‌ରେ ଅନୁମତି ନେଇ ମଦ ବିକ୍ରି କରିପାରିବ । ଏଥିପାଇଁ ମଦ ଦୋକାନର ତଥ୍ୟ, ମଦ ବା କମ୍ପାନୀର ନାଁ ଓ ମୂଲ୍ୟ ବିଷୟରେ ତଥ୍ୟ ଓଏସ୍‌ବିସିଏଲ୍‌ (ଓଡ଼ିଶା ଷ୍ଟେଟ୍‌ ବ୍ରିଭରେଜ୍‌ କର୍ପୋରେସନ ଲିମିଟେଡ୍‌) ୱେବ୍‌ସାଇଟ୍‌ରୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସଂଗ୍ରହ କରିବ । ଡେଲିଭରି ବୟର ସବୁ ତଥ୍ୟ ଅବକାରୀ ବିଭାଗ ପାଖରେ ରହିବ।  ଅବକାରୀ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏ ସଂକ୍ରାନ୍ତରେ ପରାମର୍ଶ ଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories