www.samajalive.in
Monday, December 8, 2025
27.1 C
Bhubaneswar

ଜଗନ୍ନାଥ ମନ୍ଦିରର ରହସ୍ୟ

ଓଡ଼ିଶାର ପୁରୀ ଜିଲାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରକୁ ହିନ୍ଦୁମାନଙ୍କର ଚାରି ଧାମ ମଧ୍ୟରୁ ଗୋଟିଏ ଭାବରେ ପରିଗଣିତ କରାଯାଏ। ପୁରୀରେ ଅବସ୍ଥିତ ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଅବତାର ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା ପାଇଥାନ୍ତି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଏଠାକୁ ଆସିଥାନ୍ତି। ଏହି ପବିତ୍ର ମନ୍ଦିର ସହିତ ଜଡିତ ଅନେକ ରହସ୍ୟମୟ ଏବଂ ଚମତ୍କାର କଥା ରହିଛି। ଯାହା ୮୦୦ ବର୍ଷରୁ ଅଧିକ ପୁରୁଣା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ଆସନ୍ତୁ ଜାଣିବା ଜଗନ୍ନାଥ ମନ୍ଦିରର କେତୋଟି ରହସ୍ୟମୟ କଥା…………..
ଜଗନ୍ନାଥ ମନ୍ଦିରର ସବୁଠାରୁ ବଡ ରହସ୍ୟ ହେଉଛି ଯେ ଏହାର ଶିଖରରେ ଥିବା ପତାକା ସବୁବେଳେ ପବନର ବିପରୀତ ଦିଗରେ ଉଡ଼ୁଥାଏ। ବାସ୍ତବରେ, ଦିନ ସମୟରେ ପବନ ସମୁଦ୍ରରୁ ଭୂପୃଷ୍ଠ ଆଡକୁ ଏବଂ ସନ୍ଧ୍ୟାରେ ଭୂପୃଷ୍ଠରୁ ସମୁଦ୍ର ଆଡକୁ ଗତି କରେ, କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହି ପ୍ରକ୍ରିୟା ଏଠାରେ ବିପରୀତ ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ରହସ୍ୟ କେହି ଜାଣି ପାରିନାହନ୍ତି।
ଜଗନ୍ନାଥ ମନ୍ଦିରର ଶିଖରରେ ଏକ ସୁଦର୍ଶନ ଚକ୍ର ରଖାଯାଇଛି, ଏହା ଯେ କୌଣସି ଦିଗରେ ଠିଆ ହେଲେ ମଧ୍ୟ ଦୃଶ୍ୟମାନ ହୁଏ। କିନ୍ତୁ ଯେକୌଣସି ଦିଗରୁ ଦେଖିଲେ ଏମିତି ଲାଗେ ଯେମିତି କି ଚକ୍ରର ମୁଖ ଆପଣଙ୍କ ଆଡେ ହୋଇଛି। ସେହିଭଳି ଅନ୍ୟ ଏକ ରହସ୍ୟ ହେଉଛି ମନ୍ଦିରର ଶ୍ରୀକ୍ଷେତ୍ରର ଛାୟା ସର୍ବଦା ଅଦୃଶ୍ୟ ରହିଥାଏ। ତାଙ୍କୁ ଭୂମିରେ କେହି ଦେଖି ପାରିନଥାନ୍ତି।
କୁହାଯାଏ ଯେ, ସମୁଦ୍ର ନିକଟବର୍ତ୍ତୀ ଥିବାବେଳେ ମନ୍ଦିର ଭିତରେ ସମୁଦ୍ର ତରଙ୍ଗର ଶବ୍ଦ ଶୁଣାଯାଏ ନାହିଁ। ମାତ୍ର ମନ୍ଦିରରୁ ବାହାରିବା ମାତ୍ରେ ସମୁଦ୍ର ତରଙ୍ଗର ଶବ୍ଦ ସ୍ପଷ୍ଟ ଶୁଣିବାକୁ ମିଳେ। ବାସ୍ତବରେ ଏହା ବେସ୍ ରହସ୍ୟ ମୟ।
ପକ୍ଷୀମାନେ ସାଧାରଣତଃ ଅଧିକାଂଶ ମନ୍ଦିରର ଉପରୁ ଅତିକ୍ରମ କରନ୍ତି କିମ୍ବା ବେଳେବେଳେ ଏହାର ଶିଖରରେ ବସନ୍ତି, କିନ୍ତୁ ଜଗନ୍ନାଥ ମନ୍ଦିର ଏହି ଘଟଣାରେ ସବୁଠାରୁ ରହସ୍ୟମୟ ଅଟେ, କୌଣସି ପକ୍ଷୀ ମନ୍ଦିର ଉପର ଦେଇ ଯାଇପାରନ୍ତି ନାହିଁ। କେବଳ ଏତିକି ନୁହେଁ, ବିମାନଗୁଡ଼ିକ ମଧ୍ୟ ମନ୍ଦିର ଉପରେ ଉଡ଼ନ୍ତି ନାହିଁ।
ଏହି ମନ୍ଦିରର ରୋଷେଇ ଘର ସମସ୍ତଙ୍କୁ ବିସ୍ମିତ କରେ। ବାସ୍ତବରେ, ଏଠାରେ ପ୍ରସାଦ ରାନ୍ଧିବା ପାଇଁ ସାତୋଟି ହାଣ୍ଡି ପରସ୍ପର ଉପରେ ରଖାଯାଇଥାଏ। କିନ୍ତୁ ଆଶ୍ଚର୍ୟ୍ୟର କଥା ଏହା ହେଉଛି ଯେ ସବୁଠାରୁ ଉପରେ ଥିବା ହାଣ୍ଡିରେ ପ୍ରସାଦ ପ୍ରଥମେ ପ୍ରସ୍ତୁତ ହୋଇଥାଏ। ତା’ପରେ ହାଣ୍ଡିରେ ରଖାଯାଇଥିବା ପ୍ରସାଦ ଗୋଟିଏ ପରେ ଗୋଟିଏ ପ୍ରସ୍ତୁତ ହୋଇଯାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories